ବିଶ୍ୱର ସର୍ବ ପୁରାତନ ଗଛ, ଏମାନଙ୍କ ବୟସ ପାଖାପାଖି ୧୦ ହଜାରରୁ ଅଧିକ ବର୍ଷ ପୁରୁଣା

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୦୫: ସାରା ବିଶ୍ବରେ ଅନେକ ପୁରାତନ ଜିନିଷ ରହିଛି । କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ପୁରାତନ ଗଛ ବିଷୟରେ। ଆସନ୍ତୁ ଜାଣିବା...ଦୁନିଆର ସବଠାରୁ ପୁରାତନ ଗଛ ହେଉଛି ପାଣ୍ଡୋ । ଆମେରିକା ଉତ୍ତା ଫିସଲେକ୍ ଜାତୀୟ ଜଙ୍ଗଲରେ ରହିଛି । ବିଶ୍ୱର ସର୍ବ ପୁରାତନ ଗଛଟି ପ୍ରାୟ ୮୦ ହଜାରରୁ ଅଧିକ ବର୍ଷ ପୁରୁଣା । 

କିଙ୍ଗ୍ ଲିମୋଟିୟା ଦୁନିଆର ସବୁଠାରୁ ସବୁଠାରୁ ପୁରୁଣା ଏବଂ ଲୁପ୍ତପ୍ରାୟ ଗଛ । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଗଛର ବୟସ ପାଖାପାଖି ୪୩ ହଜାର ୬୦୦ ବର୍ଷରୁ ଅଧିକ । 

ରେଭିଡ୍ ଆଇସ୍ ଏଜେ ଫ୍ଲାଓ୍ବାର୍ । ଏହା ଏକ ଫୁଲ ଜାତୀୟ ଗଛ । ୨୦୧୨ରେ ରୁଷ ବୈଜ୍ଞାନିକ ୩୦ ବର୍ଷ ପୁରୁଣା ଗଛକୁ ସଫଳତା ପୂର୍ବକ ପୁନଃଜୀବିତ କରିଥିଲେ । 

ଜୁରୁପା ଓକ ଗଛ ସର୍ବପୁରାତନ ଗଛ ମଧ୍ୟ ଗୋଟିଏ । ଏହା କାର୍ଲିଫନିଆର ଜୁରୁପା ପାହାଡରେ ଦେଖିବାକୁ ମିଳିଥାଏ । ଏହି ଗଛର ବୟସ ପ୍ରାୟ ୧୩ ହଜାର ବର୍ଷ । 

ଲସ୍ ରନ୍ ବକ୍ସ ହକଲେବେରୀ ଗଛ ପ୍ରାୟ ୧୨ ହଜାର ୫୦୦ବର୍ଷ ପୁରୁଣା । ଏହାକୁ ପ୍ରଥମଥର ପାଇଁ ୧୯୨୦ରେ ହାର୍ବେ ଓ୍ବାର୍ଡ ଦ୍ବାରା ସନ୍ଧାନ କରାଯାଇଥିଲା । 

ସେହିପରି ମୋଙ୍ଗାର୍ଲୋ ମଲ୍ଲି ସବୁଠାରୁ ପୁରାତନ ଜୀବିତ ଗଛ ମଧ୍ୟରୁ ଗୋଟିଏ ।  ଏହି ଗଛର ବୟସ ପାଖାପାଖି ୧୨ ହଜାର ବର୍ଷ ହୋଇଥିବା କରାଯାଉଛି ଅନୁମାନ ।

କିଙ୍ଗ୍ କ୍ଲୋନ୍ କାର୍ଲିଫନିଆର ମୋଜାବେ ରେଗିସ୍ଥାନରେ ଦେଖିବାକୁ ମିଳିଥାଏ । ଅନୁମାନ କରାଯାଉଛି କି ଏହାର ବୟସ ପାଖାପାଖି ୯୪୦୦ ବର୍ଷରୁ ୧୧ହଜାର ୭୦୦ବର୍ଷ ପୁରୁଣା । 

ହୁଓନ୍ ପାଇନ୍ କଲୋନି ତସମୋନିଆରେ ଦେଖିବାକୁ ମିଳିଥାଏ । ଏହି ଗଛ ୧୦ ହଜାରରୁ ବର୍ଷରୁ ଜୀବିତ ରହିଛି । ୧୮୦୦ ଦଶକରୁ ଏହା ଖୁବ୍ ଲୋକପ୍ରିୟ ।  

ଓଲ୍ଡ ଟିଜିକୋ ସ୍ବିଡେନ୍ର ରାଷ୍ଟ୍ରୀୟ ସମ୍ପତ୍ତି ମଧ୍ୟ ଗୋଟିଏ । ୨୦୦୪ ମସିହାରେ ମିଳିଥିଲା ଏହାର ସନ୍ଧାନ । ଏହି ଗଛର ବୟସ ୯ ହଜାର ୫୬୦ ବର୍ଷ ପୁରୁଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.