୫୦ ଠକଙ୍କ ନାଁରେ ୯୨ହଜାର କୋଟି ଋଣ, ଗୃହରେ ତାଲିକା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ, ପ୍ରଥମ ସ୍ଥାନରେ ମେହୁଲ ଚୋକ୍ସି
21/12/2022 at 3:52 PM

ନୂଆଦିଲ୍ଲୀ: ୫୦ଜଣ ଋଣଧାରୀଙ୍କ ନାଁରେ ୯୨ହଜାର କୋଟି ଟଙ୍କା ଋଣ । ଶୀତକାଳୀନ ଅଧିବେଶରେ ସଂସଦରେ ତାଲିକା ପ୍ରକାଶ କଲେ କେନ୍ଦ୍ର ସରକାର। ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ଦେଶରୁ ପଳାୟନ କରିଥିବା ମେହୁଲ ଚୋକ୍ସି । ଜାଣିଶୁଣି ଏମାନେ ବ୍ୟାଙ୍କ ଋଣ ପରିଶୋଧ କରୁନଥିବା କହିଛନ୍ତି ସରକାର ।
ମଙ୍ଗଳବାର ଶୀତକାଳୀନ ଅଧିବେଶନରେ ଗୃହରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଭଗବାନ କରାଡ଼ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଋଣ ପରିଶୋଧ ନକରି ବ୍ୟାଙ୍କ ଠକେଇ କରିଥିବା ୫୦ଜଣଙ୍କ ନାଁ ପ୍ରକାଶ କରିଛନ୍ତି। ଏମାନେଙ୍କ ମଧ୍ୟରେ ମେହୁଲ ଚୋକ୍ସି ପ୍ରଥମ ସ୍ଥାନରେ ରହିଛନ୍ତି । ମେହୁଲଙ୍କ ମାଲିକାନାରେ ଥିବା ଗୀତାଞ୍ଜଳି ଜେମ୍ ନାଁରେ ୭,୮୪୮କୋଟି ଟଙ୍କା ଋଣ ରହିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଏରା ଇନଫ୍ରା । କମ୍ପାନୀରେ ନାଁରେ ରହିଛି ୫,୮୭୯ କୋଟି ଟଙ୍କା । ୪,୮୦୩ କୋଟି ଟଙ୍କା ବକେୟା ସହିତ ତୃତୀୟ ସ୍ଥାନରେ ରହିଛି ରିଗୋ ଆଗ୍ରୋ । ଏହାଛଡ଼ା କନକାଷ୍ଟ ଷ୍ଟିଲ୍ ଆଣ୍ଡ ପାଓ୍ବାର ନାଁରେ ୪,୫୯୬ କୋଟି ଟଙ୍କାର ଋଣ ରହିଛି । ଏବିଜି ସିପୟାର୍ଡର ୩,୭୦୮ କୋଟି, ଫ୍ରାଷ୍ଟ ଇଣ୍ଟର ନ୍ୟାସନାଲ ନାଁରେ ୩,୩୧୧ କୋଟି ଟଙ୍କା ବକେୟା ଋଣ ରହିଛି । ଜୁମ୍ ଡେଭଲପର୍ ନାଁରେ ୨,୧୪୭ କୋଟି,ରୋଟୋମାକ୍ ଗ୍ଲୋବାଲ ନାଁରେ ୨,୮୯୩, କୋଷ୍ଟାଲ ପ୍ରୋଜେକ୍ଟ ନାଁରେ ୨,୩୧୧ କୋଟି ଟଙ୍କାର ବକେୟା ରହିଛି ।
ସରକାରଙ୍କ ଅଧୀନରେ ଥିବା ବ୍ୟାଙ୍କ ଗୁଡ଼ିକର ସମ୍ପତ୍ତି ୮.୯ଲକ୍ଷ କୋଟି ଛୁଇଁବା ପରେ ଏନପିଏ ୩ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କର ଆସେଟ୍ ରିଭ୍ୟୁରେ ଏନପିଏ ୫.୪୧ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।
କେନ୍ଦ୍ରମନ୍ତ୍ରୀ ଭଗବାନ କରାଡ଼ କହିଛନ୍ତି, ବ୍ୟାଙ୍କମାନେ ଏପର୍ଯ୍ୟନ୍ତ ୧୦.୧ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରଥମ ସ୍ଥାନରେ ରହିଛି । ଷ୍ଟେଟ୍ ବ୍ୟାଙ୍କ ୨ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ୬୭,୨୧୪ କୋଟି ଟଙ୍କା ଲୋନ୍ ଛାଡ଼ କରିଛି ପିଏନବି । ସେହିପରି ବେସରକାରୀ ବ୍ୟାଙ୍କ ମଧ୍ୟ ଆଇସିଆଇସିଆଇ ବ୍ୟାଙ୍କ ତାଲିକାର ଶୀର୍ଷରେ ରହିଛି । ୫୦,୫୧୪ କୋଟି ଟଙ୍କା ଓ ଏଚଡିଏଫସି ବ୍ୟାଙ୍କ ୩୪,୭୮୨କୋଟି ଟଙ୍କା ଋଣ ଛାଡ଼ କରିଛି । କେନ୍ଦ୍ର ସରକାରଙ୍କ ଏହି ଋଣଧାରୀ ଉପରେ ଆକ୍ସନ ନେବା ସହିତ ଋଣ ପରିଶୋଧ ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସିବିଆଇ ଦେଶରୁ ପଳାୟନ କରିଥିବା ମେହୁଲ ଚୋକ୍ସିଙ୍କ ନାଁରେ 3ଟି ନୂଆ ମାମଲା ରୁଜୁ ହୋଇଛି । ପିଏନବିର ଡେପୁଟି ମ୍ଯାନେଜରଙ୍କ ଆଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।