oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତର ୫ ବଡ ରେସ୍କ୍ୟୁ ଅପରେସନ୍‌, ବିପଦ ସମୟରେ ବିଦେଶରୁ ଉଦ୍ଧାର ହୋଇଛନ୍ତି ଭାରତୀୟ

5/03/2022 at 3:13 PM

ନୂଆଦିଲ୍ଲୀ ୦୫/୦୩; ଋଷ-ୟୁକ୍ରେନ ଯୁଦ୍ଧ ଘମାଘୋଟ। କାହାକୁ ନିସ୍ତାର ନାହିଁ। ଯୁଦ୍ଧର ଭୟାବହତା ଦେଖି ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ଏହି ଅଭିଜାନର ନାଁ, ଅପରେସନ୍‌ ଗଙ୍ଗା। ହେଙ୍ଗେରୀ, ସ୍ଲୋବାକିଆ, ପୋଲାଣ୍ଡ ଏବଂ ରୋମାନିଆ ଆକାଶ ପଥ ଦେଇ ବିମାନ ଯୋଗେ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି ସରକାର।  

ଭାରତୀୟ ବିଦେଶ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଅପରେସନ୍‌ ଗଙ୍ଗା ମାଧ୍ୟମରେ ୮ ମାର୍ଚ୍ଚ ମଧ୍ୟରେ ୪୬ ଉଡାଣ ହେବ। ୟୁକ୍ରେନ୍‌ରେ ଫସି ରହିଥିବା ସମସ୍ତ ୧୮ହଜାର ଭାରତୀୟଙ୍କୁ ସୁରକ୍ଷିତ ଭାରତ ଫେରାଇଅଣାଯିବ। ଏହା ପ୍ରଥମ ଥର ହୋଇନି। ଏହା ପୂର୍ବରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅନେକ ସଫଳ ଏୟାରଲିଫ୍ଟ ମିସନ୍‌ ହୋଇଛି। ଆସନ୍ତୁ ଜାଣିବା ସେମିତି ପ୍ରମୁଖ ୫ଟି ରେସ୍କ୍ୟୁ ଅପରେସନ୍‌ ଥିଲା କିପରି।

୧-ବନ୍ଦେ ଭାରତ ମିସନ୍‌
କରୋନା ମହାମାରୀ ସମୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ  ହୋଇଥିଲା ବନ୍ଦେ ଭାରତ ମିସନ୍‌ । ୨୦୨୦ରୁ ୨୦୨୧କାର୍ଯ୍ୟକାରୀ ହୋଇଥିଲା ଏହି ସବୁ ଅପରେସନ୍‌। ୧୮ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା। କେବଳ ବିମାନ ନୁହେଁ, ଜାହାଜ ମାଧ୍ୟମରେ ୩,୯୮୭ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୩୦ହଜାର ବିମାନ ଏହି ମିଶନରେ ସାମିଲ୍‌ ହୋଇଥିଲେ।

୨-ଅପରେସନ୍‌ ରାହତ
ଏପ୍ରିଲ୍ ୨୦୧୫ ରେ ୟେମେନ ସରକାର ଏବଂ ହାଇତି ବିଦ୍ରୋହୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଅନେକ ଭାରତୀୟ ମଧ୍ୟ ଯୁଦ୍ଧରେ ଫସି ରହିଥିଲେ। ଭାରତ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ  ଆରମ୍ଭ ହୋଇଥିଲା ‘ଅପରେସନ୍ ରାହତ’ । ୪,୭୪୧ ଭାରତୀୟ ଏବଂ ୧,୯୪୭  ବିଦେଶୀଙ୍କ ସମେତ ମୋଟ ୬,୬୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିଥିଲା। ଏହି ଲୋକମାନଙ୍କୁ ବିମାନ ଏବଂ ଜାହାଜ ଦ୍ୱାରା ଆଣାଯାଇଥିଲା। ଭାରତ ସେହି ସମୟରେ ବ୍ରିଟେନ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାକିସ୍ତାନର ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରିଥିଲା।

୩-ଅପରେସନ୍ ମୈତ୍ରୀ
‘ଅପରେସନ୍ ମୈତ୍ରୀ’ ଭାରତ ସରକାର ଏବଂ ଭାରତୀୟ ସଶସ୍ତ୍ର ବାହିନୀ ଦ୍ବାରା ମିଳିତ ଉଦ୍ଧାର କାର୍ଯ୍ୟ ଥିଲା। ଯେଉଁଥିରେ ପ୍ରାୟ ୫ହଜାର ଭାରତୀୟଙ୍କୁ ନେପାଳରୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନା ଏକ ଭଲ ପଡ଼ୋଶୀ ରାଷ୍ଟ୍ରର ମଧ୍ୟ ଉଦାହରଣ ସୃଷ୍ଟି କରିଥିଲା। ଭୂକମ୍ପର କିଛି ମିନିଟ୍ ପରେ କାଠମାଣ୍ଡୁକୁ ରିଲିଫ୍ ସାମଗ୍ରୀ ଯୋଗାଇଥିଲା ଭାରତ। କାରଣ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ୮ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୯୩୪ ପରେ ଏହା ନେପାଳର ସବୁଠୁ ବଡ ଭୂକମ୍ପ ଥିଲା।

୪-କୁୱେତ୍‌ ଏୟାର ଲିଫ୍ଟ
‘ବନ୍ଦେ ଭାରତ ମିଶନ’ ପରେ ଭାରତ ସରକାରଙ୍କ ଦ୍ୱିତୀୟ ବୃହତ୍ତମ ଉଦ୍ଧାର କାର୍ଯ୍ୟ ଥିଲା କୁଏତ ରୁ ଏୟାରଲିଫ୍ଟ। ଇରାକର ଆକ୍ରମଣ ପରେ ଅଗଷ୍ଟରୁ ଅକ୍ଟୋବର ୧୯୯୦ ମଧ୍ୟରେ ଏହା କୁଏତରେ ଆରମ୍ଭ ହୋଇଥିଲା। ପ୍ରାୟ ୧ଲକ୍ଷ ୭୫ ହଜାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ବିମାନ ନିୟୋଜିତ କରାଯାଇଥିଲା। ଏତେ ସଂଖ୍ୟକ ଲୋକଙ୍କୁ ବିମାନ ଉଡ଼ାଣ ପାଇଁ ଏୟାର ଇଣ୍ଡିଆ ର ଏହି ଅପରେସନ୍ ର ନାଁ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ଦିଆଯାଇଥିଲା।

୫. ଅପରେସନ୍ ହୋମ୍ କମିଂ
୨୦୧୧ ରେ, ଲିବିଆରେ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ । ଲିବିଆର କର୍ଣ୍ଣେଲ ଗାଧାଫି ଏବଂ ତାଙ୍କ ବିରୋଧୀଙ୍କ ମଧ୍ୟରେ ବିବାଦରେ ଅନେକ ଭାରତୀୟ ମଧ୍ୟ ଜଡିତ ଥିଲେ। ସେହି ସମୟରେ ୧୫,୪୦୦ ରୁ ଅଧିକ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ୍ ହୋମ୍ କମିଂ’ ଆରମ୍ଭ କରାଯାଇଥିଲା । ଲିବିୟା ନିକଟ ମିସ୍ତ୍ର ଏବଂ ମାଲ୍ଟାରୁ ୯ ଟି ସ୍ୱତନ୍ତ୍ର ବିମାନରେ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇଅଣାଯାଇଥିଲା। ଭାରତୀୟଙ୍କ ନିରାପଦ ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ହିଁ ଏପରି ସବୁ ମିଶନ୍‌ର ମୂଳ ଲକ୍ଷ୍ୟ। ଆଉ ତାହା ସଫଳ ହୋଇଛି ମଧ୍ୟ।

   Related Posts