Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

WPL ନିଲାମର ୫ ସବୁଠୁ ଦାମୀ ଖେଳାଳି, ଜାଣନ୍ତୁ କେଉଁ ଟିମ୍ କେତେ ଟଙ୍କାରେ କିଣିଛନ୍ତି

13/02/2023 at 10:15 PM

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ପାଇଁ ଆଜି ବହୁତ ବଡ ଦିନ । କାରଣ ଆଇପିଏଲ୍ ଢାଞ୍ଚାରେ ଖେଳାଯିବାକୁ ଥିବା ମହିଳା ପ୍ରିମିୟର ଲିଗ୍ ଅର୍ଥାତ WPLର ପ୍ରଥମ ସଂସ୍କରଣର ନିଲାମ ପ୍ରକ୍ରିୟା ମୁମ୍ବାଇରେ ଜାରି ରହିଛି । ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହେଉଛି । ଏହି ନିଲାମରେ ଡର୍ଜନରୁ ଅଧିକ ଖେଳାଳିଙ୍କୁ ଏକ-ଏକ କୋଟି ଟଙ୍କାରୁ ଅଧିକରେ କିଣାଯାଇଛି । କିନ୍ତୁ କିଛି ଖେଳାଳିଙ୍କୁ ଏହି ନିଲାମରେ ପ୍ରଚୁର ମିଳିଛି । ତେବେ ଆସନ୍ତୁ କେଉଁ ୫ ଜଣ ଡବ୍ଲୁପିଏଲର ଦାମୀ ଖେଳାଳି ହୋଇଛନ୍ତି ।

ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ୍ ଟିମର ଓପନର ତଥା ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ନିଲାମରେ ସବୁଠୁ ଅଧିକ ଟଙ୍କା ମିଳିଛି । ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଟିମ୍ ୩ କୋଟି ୪୦ ଟଙ୍କାରେ କିଣିଛି । ଟିମ ନିଜର ୨୫ ପ୍ରତିଶତରୁ ଅଧିକ ରାଶି ଜଣେ ଖେଳାଳିଙ୍କ ଉପରେ ଖର୍ଚ୍ଚ କରିଛି ।

ଏଶ୍ଲେ ଗାର୍ଡନର

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଶ୍ଲେ ଗାର୍ଡନରଙ୍କ ଉପରେ ମଧ୍ୟ ଧନ ବର୍ଷା ହୋଇଛି । ଆଇପିଏଲ ପରି ଡବ୍ଲୁପିଏଲରେ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଗାର୍ଡନରଙ୍କୁ ଗୁଜରାଟ ଜାଏଣ୍ଟସ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ଏଶ୍ଲେ ଗାର୍ଡନରଙ୍କ ବେସ୍ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା ।

ନେଟ୍ ସାଇବର ବ୍ରଣ୍ଟ

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ନେଟ୍ ସାଇବର ବ୍ରଣ୍ଟ ପାଇଁ ମୁମ୍ୱାଇ ଇଣ୍ଡିଆନ୍ସ ଟଙ୍କା ବର୍ଷା କରିଛି । ମୁମ୍ୱାଇ ତାଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ ନିଜ ଟିମରେ ସାମିଲ କରିଛି ।

ଦୀପ୍ତି ଶର୍ମା

ଭାରତୀୟ ଟିମର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ମଧ୍ୟ ନିଲାମରେ ମୋଟ ରାଶି ମିଳିଛି । ସେ ପ୍ରଥମ ସଂସ୍କରଣର ଚତୁର୍ଥ ଦାମୀ ଖେଳାଳି ହୋଇଛନ୍ତି । ଦୀପ୍ତିଙ୍କୁ ୟୁପି ୱାରିୟର୍ସ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି । ଦୀପ୍ତିଙ୍କ ବେସ୍ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା ।

ଜେମିମା ରୋଡ୍ରିଗ୍ସ

ଭାରତୀୟ ଟିମର ବ୍ୟାଟର ଏବଂ ପାକିସ୍ତାନ ବିପକ୍ଷରେ ଆଇସିସି ମହିଳା ବିଶ୍ୱକପ ୨୦୨୩ର ଲିଗ୍ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ଜେମିମା ରୋଡ୍ରିଗ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ତାଙ୍କ ବେସ୍ ପ୍ରାଇସ ମଧ୍ୟ ୫୦ ଲକ୍ଷ ଟଙ୍କା ଥିଲା ।

   Related Posts