ଦେଶର ଟପ୍ ୧୦ ପୋଲିସ ଷ୍ଟେସନ, ଦେଖନ୍ତୁ କେଉଁ ଥାନାର ରାଙ୍କ୍ କେତେ ?

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨: ଭାରତ ସରକାର ପ୍ରତି ବର୍ଷ ଶ୍ରେଷ୍ଠ ୧୦ ଥାନା ଘୋଷଣା କରିଥାନ୍ତି । ଥାନାଗୁଡିକର ପ୍ରଦର୍ଶନକୁ ନେଇ ତାଲିକା ପ୍ରକାଶ ପାଇଥାଏ । ୨୦୨୦ ବର୍ଷ ପାଇଁ ମଧ୍ୟ ସରକାର ଶ୍ରେଷ୍ଠ ୧୦ ପୋଲିସ ଷ୍ଟେସନର ନାଁ ପ୍ରକାଶ କରିଛନ୍ତି ।

ଟପ୍ ୧୦ରେ ଥିବା ପୋଲିସ ଷ୍ଟେସନ ମଧ୍ୟରେ ପ୍ରଥମ ସ୍ଥାନରେ ମଣିପୁର ଥୌବେଲ ଜିଲ୍ଲାର ନୋଙ୍ଗପୋକସେକମାଇ, ଦ୍ୱିତୀୟରେ ତାମିଲନାଡୁର ସୁମଙ୍ଗଲମ ପୋଲିସ ଷ୍ଟେସନ, ତୃତୀୟରେ ଅରୁଣାଞ୍ଚଳ ପ୍ରଦେଶର ଚାଙ୍ଗଲାଙ୍ଗ୍ ଜିଲ୍ଲାରେ ଥିବା ଖାରସଙ୍ଗ ଥାନା, ଚତୁର୍ଥରେ ଛତିଶଗଡ ସୁରଜପୁର ଜିଲ୍ଲାର ଝିଲିମିଲି ଥାନା, ପଞ୍ଚମରେ ଗୋଆର ସଙ୍ଗୁଏମ୍ ଥାନା  ରହିଛି। ସେହପରି ରାଙ୍କ ୬ରେ ଆଣ୍ଡାମାନର କାଲିଘାଟ ଥାନା, ୭ରେ ସିକିମର  ପାକୟୋଙ୍ଗ୍ ଥାନା, ୮ରେ ଉତ୍ତରପ୍ରଦେଶର ମୁରାଦାବାଦରେ ଥିବା କନ୍ଥ ଥାନା, ୯ରେ ଦାଦରା ନଗର ହାବେଳୀରେ ଥିବା ଖାନବେଲ ଥାନା ଓ ୧୦ରେ ତେଲେଙ୍ଗାନାର କରିମନଗର ଥାନା ରହିଛି ।

ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶାନୁସାରେ ହୋଇଥାଏ । ଗୁଜୁରାଟରେ ୨୦୧୫ ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମ୍ବୋଧିତ କରି ପୋଲିସ ଷ୍ଟେସନର ଗ୍ରେଡିଂ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ମାପଦଣ୍ଡ ନିର୍ଦାରଣ କରାଯାଇଥିଲା ।

ଡାଟା ବିଶେଷଜ୍ଞଙ୍କ ଅନୁସାରେ, ଦେଶର ୧୬୬୭୧ ଥାନାରୁ ଟପ୍ ୧୦ ଥାନା ଚୟନ କରାଯାଇଛି । ସମ୍ପତ୍ତି, ମହିଳା ବିରୋଧୀ ଅପରାଧ, ଦୁର୍ବଳ ବର୍ଗ ବିରୋଧୀ ଅପରାଧ ସହ ନିଖୋଜ ବ୍ୟକ୍ତି ଚିହ୍ନଟ, ଅଜଣା ମୃତଦେହ ମାମଲା ଆଧାରରେ ରାଙ୍କ୍ ପ୍ରଦାନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.