ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍‌ ୨୦୨୨ : କଳିଙ୍ଗ ଷ୍ଟାଡିୟମରେ ବ୍ରାଜିଲ୍‌କୁ ଭେଟିବ ଭାରତ

Published By : Prameya-News7 Bureau | October 17, 2022 IST

ଭୁବନେଶ୍ୱର ୧୭/୧୦: ସୋମବାର  ୱାର୍ଲଡ ବେଷ୍ଟ ନାଇନ୍‌ ବ୍ରାଜିଲ୍‌ ସହ ଭାରତ ରାତି ୮ ଟା ସମୟରେ କଳିଙ୍ଗ ଷ୍ଟାଡିୟମରେ ଭେଟିବ।ପୂର୍ବରୁ ଭାରତ ଟିମ୍‌ ଖେଳିଥିବା ୨ଟି ଯାକ ମ୍ୟାଚ ହାରିଛି। ୟୁଏସଏ ଠାରୁ ୮-0 ଓ ମରକ୍କୋ ଠାରୁ ୩.୦ରେ ହାରି କ୍ୱାଟର ଫାଇନାଲରୁ ବଞ୍ଚିତ ହୋଇଛି। କିନ୍ତୁ ବ୍ରାଜିଲ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ କମ୍‌ ବ୍ୟାକ୍‌ କରିବାକୁ ଚେଷ୍ଟା କରିବ। ମରରକ୍କୋ ବିପକ୍ଷ ମ୍ୟାଚରେ ପ୍ରଥମ ହଲ୍ଫ ଗୋଲ  ଶୂନ୍ୟ ଭାବେ ଶେଷ କରିଥିଲା। ତେଣୁ ଦଳ ଡିଫେନ୍ସ ଓ ଆଟାକିଂ ଖେଳିଲେ ଭଲ ସଫଳତା ପାଇବ। ପ୍ରଥମ ଥର ପାଇଁ ଭାରତ ଏହି ବିଶ୍ୱ କପରେ ଭାଗ ନେଇଛି। ବଛାବଛା ୧୬ଟି ଦଳ ସହିତ ଭାରତ ଖେଳୁଛି ହାରିଲେ ବହୁତ କିଛି ଶିଖିବାକୁ ମିଳୁଛି ବୋଲି ଖେଳାଳିମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.