ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଅଟଳ ବିରୋଧି ଦଳ , ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ କଂଗ୍ରେସ କରିବ ବିକ୍ଷୋଭ…

Published By : Prameya-News7 Bureau | July 23, 2019 IST

ଭୁବନେଶ୍ବର୨୩|୭; କାଲି ଅଚଳ ହୋଇଥିଲା ବିଧାନସଭା । ଆଜିପୁଣି ଠପ୍ । ରାଜ୍ୟରେ ବଢୁଥିବା ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଅଟଳ ବିରୋଧି ଦଳ । ଅନଗୁଳ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଗତକାଲି ଗୃହ ଅଚଳ କରିଥିଲେ ବିରୋଧି । ପୁଣି ସୁନ୍ଦରଗଡ଼ରେ ଦୁଇ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ବିରୋଧିଙ୍କୁ ତତାଇ ଦେଇଛି । ଯାହାକୁ ନେଇ ଆଜି ଦିନ ତମାମ ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି ବାଚସ୍ପତି ।…

{"id":136631}

୨ ଦିନ ଠପ୍ । ବିଧାନସଭା ଠପ୍‌ ।  ଶିଶୁ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଏବଂ ନାବାଳିକା ନିଖୋଜ ପ୍ରସଙ୍ଗରେ ବିରୋଧୀ ଗୃହ କାର୍ଯ୍ୟକୁ ଠପ୍‌ କରିଦେଇଛନ୍ତି ।  ଅନୁଗୁଳରେ ୫ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା ଚାରିଆଡେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ସୁନ୍ଦର ଗଡରେ ୨ ଜଣ ନାବାଳିକାକୁ ଦୁଷ୍କର୍ମ କରିବା ଏବଂ ସେମାନଙ୍କ ଭିତରୁ ଜଣଙ୍କୁ ହତ୍ୟା କରିବା ଭଳି ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି ।

{"id":136632}

ସେପଟେ ମୟୁରଭଞ୍ଜ ଜିଲ୍ଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ବି ଆସିଛି । ଯାହାକୁ ନେଇ ବିରୋଧୀ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଦେଖି ବାଚସ୍ପତି ଗୃହକୁ ସିଧା ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ । ଦିନ ୩ଟା ପରେ ବି ବିରୋଧୀ ନାରାବାଜି କରିବାରୁ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡିଛି ।

{"id":136633}

ବିରୋଧିଙ୍କ ଗୋଟିଏ ଯିଦ୍, ରାଜ୍ୟର ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗୃହମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏବଂ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଗୃହକମିଟି ଗଠନ ହେଉ । ସେପଟେ ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ କଂଗ୍ରେସ ବିକ୍ଷେଭ କରିବ ଘୋଷଣା କରିଛି।

{"id":136634}

ବିରୋଧିଙ୍କ ଦାବି ଯେ ଗୃହର ସମସ୍ତ କାର୍ଯ୍ୟ ବନ୍ଦକରି ନାବାଳିକାଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉ । କିନ୍ତୁ ବାଚସ୍ପତି ଅନୁମତି ଦେଉନାହାଁନ୍ତି । ସରକାର ଏପ୍ରସଙ୍ଗରେ ଉତ୍ତର ଦେବେ କହି ବାଚସ୍ପତି ବିରୋଧିଙ୍କ କଥାକୁ ଏଡାଇ ଗୃହ ଚଳାଇବାକୁ ଚେଷ୍ଟା କରୁଛନ୍ତି ।

{"id":136635}

ଗତକାଲି ସର୍ବଦଳୀୟ ବୈଠକ ଫେଲ ମାରିଥିଲା । ଆଜି ପୁଣି ବାରମ୍ବାର ଗୃହ ମୁଲତବୀ ହେବାପରେ ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଫଳ ମିଳିନି । ବିଜେଡିର ଯୁକ୍ତି ଏପ୍ରସଙ୍ଗ ଆଲୋଚନା ପାଇଁ ବହୁ ଫୋରମ ଅଛି । ତେଣୁ ବାଚସ୍ପତି ରୁଲିଙ୍ଗ ଦେବାପରେ ଗୃହରେ ହୋହଲ୍ଲା କରି  ଗୃହକାର୍ଯ୍ୟ ବନ୍ଦ କରିବା ଠିକ୍ ନୁହେଁ ।

ଲୋକସଂଖ୍ୟା ଦୃଷ୍ଟିରୁ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ସାରା ଦେଶରେ ଓଡିଶା ଏକ ନମ୍ବର । ଏକଥାରେ ଖୋଦ୍ ସୁପ୍ରିମ କୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏବେ ଯେହେତୁ ଅନୁଗୁଳ , ସୁନ୍ଦରଗଡ, ମୟୁରଭଞ୍ଜ ଆଦି ସ୍ଥାନରୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ତେଣୁ ବିରୋଧି ଏହି ମୌକାରେ ସରକାରଙ୍କୁ କାଠଗଡାରେ ଠିଆ କରିବା ଯୋଜନାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.