ଗୁରୁବାରର ରାଶିଫଳ: କିପରି କଟିବ ନୂଆବର୍ଷର ପରଦିନ?

Published By : Prameya-News7 Bureau | January 01, 2020 IST

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

ମେଷ – ଅର୍ଥାଭାବ ପୂରଣ କରିବାରେ ସକ୍ଷମ ହେବେ। ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

ବୃଷ – ଭ୍ରାତୃ ବିବାଦ ଦୂରେଇ ଯିବ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳଦୀପକ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ନିଜ ପରିବାର ଉପରେ ସ୍ନେହ, ସଦିଚ୍ଛା ରହିବ। ଶୁଭ ରଙ୍ଗ ଗାଢ ବ୍ରାଉନ୍। ଶୁଭ ଅଙ୍କ ୯।

ମିଥୁନ - ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଆଶ୍ୱସ୍ତି ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୬।

କର୍କଟ – ପାରିବାରିକ ସ୍ତରରେ ଅଶାନ୍ତିର ସୂତ୍ରପାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭବାନ୍ ହେବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୭।

ସିଂହ – ଆର୍ଥିକ ସହାୟତା ପାଇ କୃତଜ୍ଞ ହୋଇପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।

କନ୍ୟା – ଅଧସ୍ତନଙ୍କ ଭୁଲ କାର୍ଯ୍ୟ ପାଇଁ ବିରକ୍ତ ପ୍ରକାଶ କରିପାରନ୍ତି। ମନରେ କ୍ଷୋଭ ବୃଦ୍ଧି ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରିରେ ସୁନାମ ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

ତୁଳା – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ସୁଖ ମିଳିବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୬।

ବିଛା – ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହେବାର ସୂଚନା ମିଳୁଛି। ବ୍ୟକ୍ତିତ୍ୱର ବିକାଶ ଘଟିବ। କୃଷିକର୍ମକାରୀ ହେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୨।

ଧନୁ – ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କର୍ମକ୍ଷେତ୍ର ଅଧିକ ଉତ୍ସାହପ୍ରଦ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୪।

ମକର – ବିଶ୍ୱାସ ଘାତକତାର ଶିକାର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ଠାରୁ ମିଳିଥିବା ଧନ କାର୍ଯ୍ୟରେ ଲାଗିବ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୭।

କୁମ୍ଭ  - ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଶକ୍ତିମାନ୍ ହେବେ। ମନୋବଳ ଦୃୃଢ ରହିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ଜିଣିବେ ଓ ଧନ ଲାଭ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୪।

ମୀନ - ସଫଳତାର ନିକଟବର୍ତ୍ତୀ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୫।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.