ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ସିଂହଦ୍ଵାରରେ ଶୀଜିଉଙ୍କ ଅପେକ୍ଷାରେ ୩ ରଥ

Published By : Prameya-News7 Bureau | June 19, 2023 IST

ପୁରୀ: ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ସିଂହଦ୍ଵାରରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ ତାଳଧ୍ନଜ, ଦେବଦଳନ ଆଉ ନନ୍ଦିଘୋଷ । କେବଳ ଶ୍ରୀଜିଉମାନଙ୍କ ଆଗମନକୁ ଅପେକ୍ଷା । ସେପଟେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି । ୧୫ଦିନର ଅନବସର ପରେ ଆଜି ବିଶ୍ବ ନିୟନ୍ତାଙ୍କ ଦର୍ଶନ ପାଇ ଆତ୍ମବିଭୋର ହୋଇଉଠିଛି ଭକ୍ତ ମନ ।

ଭାବର ଠାକୁର ସିଏ ଭାବ ବିନୋଦିଆ । ଭଗବାନଙ୍କ ପାଇଁ ଭାବବିହ୍ବଳ ଭକ୍ତ ମନ । ଚକାନୟନ ସହିତ ନୟନ ମିଶାଇବାକୁ ଉଚ୍ଛନ୍ନ ହେଲାଣି ଭକ୍ତର ମନ । ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମିଳନ ଦେଖିବ ସାରା ଜଗତ । ସିଂହ ଦ୍ବାର ସାମ୍ନାରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ । କେମିତି ନିଜର ପ୍ରିୟର ଠାକୁରଙ୍କୁ ଟିକେ ଆଖି ପୂରାଇ ଦେଖିବ ଭକ୍ତ । କେମିତି ତାଙ୍କ ସହ ଭାବର ଆଦାନ ପ୍ରଦାନ କରିବ । କେମିତି ତା’ ମନରେ ଥିବା ସବୁ ଦୁଃଖକୁ ଜଣାଇବ । ସେଥି ପାଇଁ ବ୍ୟାକୂଳ ହେଲାଣି ଭକ୍ତର ହୃଦୟ । ଅନବସର ନୀତି ପାଇଁ ଭକ୍ତଙ୍କ ଠାରୁ ଦୂରେଇ ଯାଇଥିଲେ ଜଗନ୍ନାଥ ।

{"id":805817,"sizeSlug":"full","linkDestination":"none"}

୧୫ଦିନ ପରେ ଆଜି ପୁଣି ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପୁଣି ନବଯୌବନ ବେଶରେ  । ଏତେ ଦିନ ପରେ ନିଜ ପ୍ରାଣର ଠାକୁରଙ୍କୁ ଟିକେ ମନ ପୂରାଇ ଦେଖିବାକୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ଼ । ଦେଖନ୍ତୁ ଏହି ବୃଦ୍ଧା ଜଣଙ୍କୁ । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି । ଚାଲିବାକୁ ଶକ୍ତି ନାହିଁ । ତଥାପି ନିଜ ପ୍ରିୟର ଠାକୁରଙ୍କୁ ଟିକେ ମନଭରି ଦେଖିବାକୁ ଅଥୟ ହେଉଛି ମନ । ଆଉ ତାଙ୍କୁ ଜଣେ ପୋଲିସ ଭାଇ କୋଳରେ ଉଠାଇ ନେଉଛନ୍ତି ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ । କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଭକ୍ତ ।

ଆଜି ସକାଳ ୮ଟାରୁ ୯ଟା ପରମାଣିକ ଦର୍ଶନ ଓ ୯ଟାରୁ ୧୧ଟା ସାହଣମେଲା ଦର୍ଶନ କରିଥିଲେ ଭକ୍ତ । ଆସନ୍ତାକାଲିର ଶ୍ରୀଗୁଣ୍ଡିଚା ନୀତିକାନ୍ତି ପାଇଁ ଦିନ ୧୧ଟା ପରେ ବନ୍ଦ ହୋଇଯାଇଥିଲା ସାଧାରଣ ଦର୍ଶନ । ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିନାହାନ୍ତି । ହେଲେ ମନରେ ଦୁଃଖ ନାହିଁ । କାହିଁକି ନା’ ଆସନ୍ତାକାଲି ସକାଳୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ବଡ଼ ଠାକୁର ବଳଭଦ୍ର । ଦେବୀ ସୁଭଦ୍ରା । ପ୍ରଭୁ ସୁଦର୍ଶନ । ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । 

ଶ୍ରୀମନ୍ଦିରରୁ ପୂଜାପଣ୍ଡା, ସାମନ୍ତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ତିନି ରଥରେ ଆଜ୍ଞାମାଳ ଲାଗି ହୋଇଥିଲା । ଏହା ପରେ ତିନି ରଥକୁ ସିଂହଦ୍ବାର ଅଭିମୁଖେ ଟଣାଯାଇଥିଲା । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ସୁରକ୍ଷା କର୍ମୀମାନେ ତିନି ରଥକୁ ସିଂହଦ୍ବାରକୁ ଟାଣି ନେଇଥିଲେ । ଖୋଳତାଳ ସଂକୀର୍ତ୍ତନରେ ଉଚ୍ଛୁଳି ଥିଲା ବଡ଼ଦାଣ୍ଡ ।  ଇଏ ହେଉଛି ସେହି ସମୟର ଦୃଶ୍ୟ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇଥିଲା । ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖକୁ ନିଆଯାଇଥିଲା । ଏବେ ସିଂହଦ୍ବାର ସମ୍ମୁଖରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି ।

ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି । ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ । ୯ଟାରେ ରଥ ପ୍ରତିଷ୍ଠା । ସକାଳ ୯ଟା ୩୦ରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧ ସରିବ ପହଣ୍ଡି । ୨ଟା ୩୦ରୁ ୩ଟା ୩୦ ଭିତରେ ତିନି ରଥରେ  ଛେରା ପହଁରା କରିବେ ଗଜପତି ମହାରାଜ । ଅପରାହ୍ଣ ୪ଟାରେ ହେବ ରଥ ଟଣା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବ ଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କ ମାନବୀୟଲୀଳା ଦେଖିବ ସାରା ବ୍ରହ୍ମାଣ୍ଡ ।

wp:heading {"level":4}

ଏ ଖବର ପଢନ୍ତୁ- ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍‌

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.