oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆସନ୍ତାକାଲି ରିଲିଜ୍ ହେବ ବହୁ ଚର୍ଚ୍ଚିତ ସିନେମା ‘କାଲା’

6/06/2018 at 10:55 AM

କାଲା ରିଲିଜ୍ ଅଟକିବନି, ଆସନ୍ତାକାଲି ପ୍ରେକ୍ଷାଳୟକୁ ଆସିବ ଏହି ବହୁ ଚର୍ଚ୍ଚିତ ସିନେମା । ରଜନୀକାନ୍ତ ଷ୍ଟାରର୍ କାଲା ରିଲିଜ୍ ଉପରେ ସ୍ଥଗିତାଦେଶ ଆବେଦନକୁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଆବେଦନକାରୀ ନିଜକୁ କାଲାର ପ୍ରକୃତ ସ୍କ୍ରିପ୍ଟ ଲେଖକ ବୋଲି ଦାବି କରି ପାରିଶ୍ରମିକ ପାଇବାଲାଗି ସିନେମାର ରିଲିଜ୍ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ । କିନ୍ତୁ ମାମଲାର ଶୁଣାଣି କରି ଜଷ୍ଟିସ ଏ.କେ ଗୋଗୋଇ ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଅବକାଶ କାଳୀନ ବେଞ୍ଚ୍ କାଲାର ରିଲିଜ୍‌ ଉପରେ ସ୍ଥଗିତା ଦେଶ ଦେବାକୁ ମନାକରିଦେଇଛନ୍ତି । ତେବେ କୋର୍ଟ ଯଦି ଫଇସଲା କରନ୍ତି, ତେବେ ଆବେଦନକରାରୀ ଭବିଷ୍ୟତରେ ତାଙ୍କ କ୍ଷତିଭରଣାର ସୁଯୋଗ ପାଇପାରନ୍ତି ବୋଲି କହିଛନ୍ତି କୋର୍ଟ । ସେପଟେ ଏହି ନିର୍ଦ୍ଦେଶ ପରେ ଆସନ୍ତାକାଲି ରିଲିଜ୍ ହେଉଥିଲେ ବି ବିବାଦରୁ ନିସ୍ତାର ପାଇନି ସାଉଥ୍ ସିନେମାର ସବୁଠୁ ବଡ଼ ଷ୍ଟାର ରଜନୀକାନ୍ତଙ୍କ ସିନେମା । କର୍ଣ୍ମାଟକ ଫିଲ୍ମ ଚ୍ୟାମ୍ବର୍ସ ଆସୋସିଏସନ କହିଛି ରାଜ୍ୟରେ କାଲା ସିନେମାର ପ୍ରଦର୍ଶନ କିମ୍ବା ବିତରଣ ହୋଇପାରିବ ନାହିଁ । କାବେରୀ ନଦୀ ଜଳ ବିବାଦ ମାମଲରେ ରଜନୀକାନ୍ତଙ୍କ ମତାମତ ବିରୋଧରେ କର୍ଣ୍ମାଟକ ତାଙ୍କ ସିନେମାକୁ ବିରୋଧ କରିଛି । କାଲା ରିଲିଜ୍‌ ବିରୋଧରେ କର୍ଣ୍ମାଟକରେ ଜୋରଦାର ପ୍ରତିବାଦ ଧମକ ମଧ୍ୟ ଦିଆଯାଇଛି । ତେବେ କର୍ଣ୍ମାଟକ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପପାଇଁ ମନା କରିଥିଲେ ବି ଆଇନ ଶୃଙ୍ଖଳା ରକ୍ଷା ଲାଗି କାଲା ରିଲିଜ୍ ନକରିବାକୁ ବିତାରକଙ୍କୁ କହିଛନ୍ତି କର୍ଣ୍ମାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ସେପଟେ କାବେରୀ ଜଳ ବିବାଦରେ ସେ କେବଳ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କହିଥିବା କହି କାଲାକୁ ବିରୋଧ ନକରିବାକୁ କହିଛନ୍ତି ରଜନୀକାନ୍ତ ।

Leave a Reply

   Related Posts