ଆସନ୍ତାକାଲି ମହାବାହୁଙ୍କ ନବଯୌବନ ଦର୍ଶନ, ପରମାଣିକ ଦର୍ଶନ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା

Published By : Prameya-News7 Bureau | June 18, 2023 IST

ପୁରୀ: ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହାପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ତେବେ ଏଥର ଉଭା ଯାତ୍ରା ପଡୁ ନ ଥିବାରୁ ଭକ୍ତମାନେ ଆସନ୍ତାକାଲି ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଭକ୍ତଙ୍କ ଅହେତୁକ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 

Nabajouban Darshan of lord Jagannath held on june 19 at puri, Rath Yatra  2023: ଏହି ଦିନ ହେବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ

ରାତି ପାହିଲେ ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଗତ ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରାକ୍ରାନ୍ତ ମହାପ୍ରଭୁ ଦୀର୍ଘ ୧୫ଦିନ ଧରି ଅନବସରରେ ଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ତେବେ ଆସନ୍ତାକାଲି ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବେ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ବା ଟିକେଟ ଦର୍ଶନ କରାଯିବାକୁ ଥିବାବେଳେ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୭ହଜାର ଟିକେଟ କରାଯାଇଛି। ଆଜି ସକାଳ ୮ଟାରୁ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଥିଲା। ସେହିପରି ଆସନ୍ତାକାଲି ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଛି।   ନବଯୌବନ ଦର୍ଶନ ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।‌ 

{"id":805234,"sizeSlug":"full","linkDestination":"none"}

ଚଳିତବର୍ଷ ଗୋଟିଏ ଦିନ ନବଯୌବନ ଦର୍ଶନ ପଡୁଥିବାରୁ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ନୀତି କାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଦିନ ୧୧ଟା ପରେ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ। ଏପଟେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗତକାଲି ଏବଂ ଆଜି ଦତ୍ତମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି କରୁଛନ୍ତି। ହେଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଏହି ବନକଲାଗି ନୀତି କରିଥାନ୍ତି ଦତ୍ତମହାପାତ୍ର ସେବାୟତ।

wp:heading {"level":4}

ଏ ଖବର ପଢନ୍ତୁ- ପାଖେଇ ଆସୁଛି ରଥଯାତ୍ରା, ପୋଲିସ ପକ୍ଷରୁ ମକଡ୍ରିଲ୍‌

/wp:heading

ସେପଟେ ଦୀର୍ଘ ୧୫ ଦିନର ଅପେକ୍ଷା ପରେ ଆସନ୍ତାକାଲି ମହାପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବାକୁ ଥିବାରୁ ବ୍ୟାକୁଳ ହେଲାଣି ଭକ୍ତର ମନ। ଭକ୍ତଙ୍କ ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନବଯୌବନ ଦର୍ଶନ ପାଇଁ ସିଂହଦ୍ଵାରରେ ବ୍ୟାରିକେଡ଼ ମାଧ୍ୟମରେ ପ୍ରବେଶର ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ-ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା; ଗ୍ବାଲିୟରରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ, ସବୁଠି ବିରୋଧ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.