କାଲି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ: ୨୨ ବ୍ଲକର ଲକ୍ଷେ ଚାଷୀ ଦେବେ ଯୋଗ, ୧୧୦୧ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ

Published By : Prameya-News7 Bureau | January 26, 2019 IST

ବ୍ରହ୍ମପୁର୨୬|୧: କାଲି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରୁଛନ୍ତି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନଜରରେ ରଖି ଚାଲିଛି ଜୋରଦାର ପ୍ରସ୍ତୁତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ  ଥିବା ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ ଠାରେ ଆୟଜିତ ବିଶାଳ କୃଷକ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।  କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ନବୀନ ।

{"id":78325}

ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ପରିସରରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟିପଠାରେ ଚାଲିଛି ଜୋରଦାର ପ୍ରସ୍ତୁତି ।କାରଣ କାଲି ଆସୁଛନ୍ତି ନବୀନ । ଏଠାରେ ଆୟୋଜିତ କୃଷକ ସମାବେଶରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଯୋଜନା ସଂପର୍କରେ ଅବଗତ କରାଇବେ । ଏହାସହ  ସେମାନଙ୍କୁ ସହାୟତା ରାଶି ବି ପ୍ରଦାନ କରିବେ  । କାଲିର ସମାବେଶରେ ଜିଲ୍ଲାର ୨୨ ବ୍ଲକରୁ ଏକ ଲକ୍ଷ ଚାଷୀ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି ।  ଗ୍ରସ୍ତ ସମୟରେ ଜିଲ୍ଲାରେ ପ୍ରାୟ ୧୧ ଶହ ଏକ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

{"id":78326}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।  ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସପି ସବୁକିଛି ତଦାରଖ କରୁଛନ୍ତି ।  ୨ଜଣ ଏସପି, ୪ ଜଣ ଅତିରିକ୍ତ ଏସପି,  ୧୫ ଜଣ ଡିଏସପି, ୩୫ ଜଣ ଆଇଆଇସି ଏବଂ ୧୫୦ ଜଣ ଏସ ଆଇ ଙ୍କ ସହ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ବ ଦିଆଯାଇଛି ।

{"id":78327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.