ଶନିବାର ବଡଦିନ, ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ

Published By : Prameya-News7 Bureau | December 24, 2021 IST

କୋରାପୁଟ ୨୪/୧୨: ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ ପାଇଁ ଚର୍ଚ୍ଚ ଗୁଡିକ ସଜେଇ ହୋଇଛି । ରଙ୍ଗୀନ ଆଲୋକ ମାଳା ସହ ଭଳିକି ଭଳିକି ଷ୍ଟାରରେ ଝଲସୁଛି ଚର୍ଚ୍ଚ ପରିସର ଓ ପ୍ରାର୍ଥନା ଗୃହ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବଡ ଦିନ ପାଳନ କରିବାକୁ ପ୍ରସ୍ତୁତି ଯୋରଦାର ଚାଲିଛି । ଜିଲ୍ଲାର ପୂରାତନ କୋରାପୁଟ ମିଶନ କମ୍ପାଉଣ୍ଡ ଚର୍ଚ୍ଚ ଏବେ ଚଳ ଚଂଚଳ ହୋଇପଡିଛି ।

ଖ୍ରୀଷ୍ଟମାସ ବା ବଡ଼ ଦିନ ପାଇଁ ଏକାଠି ହେଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବି । ଧରାବତରଣ କରିବେ ପ୍ରଭୁ ଯୀଶୁ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । କେବଳ ଖ୍ରୀଷ୍ଟ ଧର୍ମବଲମ୍ବୀ ନୁହେଁ ଅନ୍ୟ ସମ୍ପଦାୟର ଲୋକେମାନେ ମଧ୍ୟ ବଡ଼ ଦିନକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ବଡ଼ଦିନକୁ ନେଇ ଉତ୍ସବମୁଖର ସହର ବଜାର ହେଉଥିବା ବେଳେ ସଜେଇ ହେଉଛି କୋରାପୁଟ ଚର୍ଚ୍ଚ ।

ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ପାଳନ ହେବ। ବିଶ୍ବର ପ୍ରାଣି ଜଗତର ମଙ୍ଗଳ ପାଇଁ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ଚର୍ଚ୍ଚର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଛୁଆ ଠାରୁ ବୟସ୍କ ସମସ୍ତେ ଉତ୍ସକତାର ସହ ବଡ ଦିନ ପାଳନ କରିବାକୁ ନିଜକୁ ପ୍ରସ୍ତୁତ କରିବା ସହ ଅପେକ୍ଷାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.