ଆସନ୍ତାକାଲି ବିଜେଡି କର୍ମୀଙ୍କୁ ଶପଥ ପାଠ କରାଇବେ ନବୀନ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ବର୨୫/୧୨: ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ। ବିଜେଡିକୁ ୨୨ ପୁରି ୨୩ ଚାଲିବ।  ପ୍ରତି ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ  ଦଳର ସୁପ୍ରିମୋ ନିର୍ଦେଶ ଦେଇଛନ୍ତି।  ଏପଟେ ଆସନ୍ତା କାଲି  ରାଜ୍ୟ କାର୍ଯ୍ୟାଳୟରେ ବସିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ।

ସୂର୍ଯ୍ୟପରାଗ ପାଇଁ ପ୍ରତିଷ୍ଠା ଦିବସ ଅପରାହ୍ନ ସାଢ଼େ ୪ଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତି ହୋଇଛି।  ଚଳିତ ବର୍ଷ ବିଜେଡି ସଦସ୍ୟତା ସଂଗ୍ରହ କୋଟିଏ ପହଞ୍ଚିଛି। ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।   ଏହା ସହିତ ଓଡିଶା ବାସୀଙ୍କ  ବିକାଶ ପାଇଁ କାମ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଇବେ ନବୀନ।  ଏହା ସହିତ ବିଜେଡି ସୋସିଆଲ ୱିଙ୍ଗ୍  ଘୋଷଣା କରିପାରନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.