oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ମହାପଞ୍ଚାୟତ, ସଂସଦରେ ଆଇନ ପ୍ରତ୍ୟାହାର ନହେବା ଯାଏଁ ଜାରି ରହିବ ବିକ୍ଷୋଭ

21/11/2021 at 8:08 AM

ନୂଆଦିଲ୍ଲୀ ୨୧/୧୧: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ସରକାରଙ୍କ ବିରୋଧରେ ମହାପଞ୍ଚାୟତ ଅୟୋଜନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏଥିସହ ଯୋଜନା ଅନୁସାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରିବାକୁ ମଧ୍ୟ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ହୋଇଛି । ୨୨ ତାରିଖ ଅର୍ଥାତ ଆସନ୍ତାକାଲି ମୋର୍ଚ୍ଚା ପକ୍ଷରୁ ଲକ୍ଷ୍ନୌରେ ମହାପଞ୍ଚାୟତ ଡକାଯାଇଛି ।

ଏହାକୁ ସଫଳ କରିବା ପାଇଁ ସମସ୍ତ ଆନ୍ଦୋଳନରତ ଚାଷୀମାନେ ଏକାଠି ହେବାକୁ ମୋର୍ଚ୍ଚା କହିଛି । ୪୦ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ବିବୃତ୍ତି ଜାରି କରିଛି । ଏଥିରେ କୁହାଯାଇଛି ଯେ ଭାରତ ସରକାର ଚାଷୀଙ୍କ ସବୁ ଅଧିକାର ପୂରଣ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ପୂର୍ବରୁ ଘୋଷଣା ହୋଇଥିବା ସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚାଷୀଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିବେଦନ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ସହ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ। ଏଥିସହ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଥିଲେ । କିନ୍ତୁ ଚାଷୀମାନେ ସଂସଦରେ ଆଇନକୁ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଶେଷ ନ ହେବା ଯାଏ ଆନ୍ଦୋଳନ ବନ୍ଦ ହେବ ନି ବୋଲି କହିଛନ୍ତି।

   Related Posts