କମିଲା ଟମାଟୋ ଦର; ଆଜି ଠାରୁ ଏତିକି ଟଙ୍କାରେ ବିକ୍ରି ହେବ
16/07/2023 at 7:10 PM

ନୂଆଦିଲ୍ଲୀ: ଟମାଟୋ ଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ସ୍ଥାନେ ସ୍ଥାନେ ଟମାଟୋ ମୂଲ୍ୟ ୩୦୦ ଟଙ୍କା ପାର୍ କରିଛି। କେବଳ ଟମାଟୋ ନୁହେଁ, ବାଇଗଣ,ପୋଟଳ, ଲଙ୍କା, ଅଦା ଆଦି ପରିବାର ମଧ୍ୟ ୧୦୦ ରୁ ୩୦୦ ମଧ୍ୟରେ ବିକ୍ରି ହେଉଛି।
ମହଙ୍ଗା ବଜାରକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହେବା ପରେ ନିକଟରେ ଗ୍ରାହକ ବ୍ୟାପାର ମନ୍ତ୍ରମାଳୟ ଦର ୯୦ ଟଙ୍କାକୁ ହ୍ରାସ କରିଥିଲେ। ଆଉ ଏବେ ପୁଣିଥରେ ମୂଲ୍ୟ ହ୍ରାସ କରିଛି ମନ୍ତ୍ରାଳୟ। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନ୍ୟାସ୍ନାଲ କଞ୍ଜ୍ୟୁମର କୋଅପରେଟିଭ୍ ଫେଡେରେସନ୍ ଟମାଟୋକ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଟମାଟୋ ଉପରେ ସରକାରୀ ମୂଲ୍ୟ କେଜି ପ୍ରତି ୯୦ ଟଙ୍କା ଥିଲା।

ପଢ଼ନ୍ତୁ–ମାତ୍ର କିଛି ଘଣ୍ଟାରେ ହାତକୁ ହାତ ବିକ୍ରି ହୋଇଗଲା ୧୭ ହଜାର କେଜି ଟମାଟର, ଦାମ୍ ମାତ୍ର ୯୦ ଟଙ୍କା
ଏଥିରେ ଆଉ ୧୦ ଟଙ୍କା କମ କରି ଏବେ ୮୦ ଟଙ୍କାରେ ବିକ୍ରି ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ଏନ୍ସିଆର୍ ସମେତ ଅନ୍ୟତ୍ର ଖୁଚୁର ବଜାରରେ ଏହି ନୂଆ ମୂଲ୍ୟ ତତ୍କାଳ ପ୍ରଭାବରେ ଏହା ଲାଗୁ ହେବ। ଦେଶର ୫୦୦ ପ୍ଲସ୍ ପଏଣ୍ଟରେ ଟମାଟୋ ମୂଲ୍ୟ ସମୀକ୍ଷା କରିବା ପରେ ଦର ହ୍ରାସ କରିଛନ୍ତି ସରକାର।

ରବିବାର(୧୬ ଜୁଲାଇ) ଠାରୁ ଦିଲ୍ଲୀ ସେମେତ ଦେଶର ଅନ୍ୟ କିଛି ସହରର ଖୁଚୁରା ବଜାରରେ ଟମାଟୋ କେଜି ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଟମାଟୋ କିଣିବା ପରେ ଏନସିସିଏଫ୍ ଗ୍ରାହକଙ୍କୁ କିଲୋଗ୍ରାମ ପିଛା ୮୦ ଟଙ୍କାରେ ସିଧାସଳଖ ଟମାଟୋ ବିକ୍ରି କରୁଛି। ୫୦୦ ଜାଗାରେ ସରକାର ଟମାଟୋକୁ ୮୦ ଟଙ୍କାରି ବିକ୍ରି କରୁଛନ୍ତି।

୧୪% ଲୋକେ ଖାଇବାରେ ଛାଡି ଦେଇଛନ୍ତି ଟମାଟୋ
ସେପଟେ ଦର ବୃଦ୍ଧି ଯୋଗୁ ଟମାଟୋ ଖାଇବାକୁ ଛାଡ଼ି ଦେଲେଣି ଲୋକେ। ଏକ ସର୍ଭେ ରିପୋର୍ଟରେ ଏହି ସୂଚନା ମିଳିଛି। ଲୋକାଲ ସର୍କଲ ସର୍ଭେରେ ଟମାଟୋ ବିକ୍ରି ଓ ଏହାର ଖର୍ଚ୍ଚକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଏଥିରେ ଦେଶର ୪୬ ପ୍ରତିଶତ ପରିବାର ଏବେବି କେଜି ୧୫୦ ଟଙ୍କା ଦରରେ ଟମାଟୋ କିଣି ଖାଉଥିବା ଜଣାପଡିଛି। ଏଥିରେ ୧୪ ପ୍ରତିଶତ ଗ୍ରାହକ ଟମାଟରରୁ ନିଜକୁ ଦୂରେଇ ନେଇଥିବା ବେଳେ ୬୮ ପ୍ରତିଶତ ଲୋକେ ଟମାଟୋ କିଣୁଥିଲେ ବି ଖୁବ୍ କମ୍ କିଣୁଛନ୍ତି।
ତେବେ ଟମାଟୋ କ୍ରୟ ଓ ଖର୍ଚ୍ଚ ନେଇ ହୋଇଥିବା ସର୍ଭେକ୍ଷଣରେ ଖାଉଟିମାନେ ଟମାଟୋ କ୍ରୟରେ କେଜି ପିଛା ୧୦୦ଟଙ୍କାରୁ ଅଧିକ ପୈଠ କରୁଥିବା କହିଛନ୍ତି। କେଜି ପିଛା ୧୦୦ଟଙ୍କାରୁ ଅଧିକ ଦର ଦେଇ ଟମାଟୋ କ୍ରୟ କରୁଥିବା ପରିବାରଙ୍କ ପ୍ରତିଶତ ଜୁନ ୨୭ ତାରିଖ ବେଳକୁ ୧୮ ପ୍ରତିଶତ ଥିଲା। ତେବେ ଜୁଲାଇ ୧୪ ବେଳକୁ ଏହା ବଢି ୮୭ ପ୍ରତିଶତ ହୋଇଯାଇଛି। ଅର୍ଥାତ ଦରବୃଦ୍ଧି ସତ୍ତ୍ୱେ ଲୋକେ ପରିବାରେ ଟମାଟୋ କ୍ରୟ କରୁଛନ୍ତି।

ଏଥିରେ ୬୮ ପ୍ରତିଶତ ଲୋକେ ଖାଦ୍ୟରେ ଟମାଟୋ ଉପଯୋଗ ହ୍ରାସ କରିଥିବା କହିଥିବା ବେଳେ ୧୪ ପ୍ରତିଶତ ପରିବାର ସହ ଟମାଟୋ ଆଦୌ କିଣୁନଥିବା କହିଛନ୍ତି। ତଥ୍ୟରୁ ଯାହା ଜଣାପଡୁଛି ସେଥିରେ ୧୬ ପ୍ରତିଶତ ପରିବାରଙ୍କ ଟମାଟୋ କ୍ରୟ ଏବେବି ସ୍ୱଭାବିକ ଅଛି ଯେତେବେଳେ କେଜି ପିଛା ଦର ୧୫୦ରୁ ବି ଅଧିକ ରହୁଛି। ୩୩ ପ୍ରତିଶତଙ୍କ ଟମାଟୋ ଉପଯୋଗ ସାମାନ୍ତ ହ୍ରାସ ହୋଇଥିବା ବେଳେ ୩୫ ପ୍ରତିଶତ ଉପଯୋଗ ହ୍ରାସ କରିଛନ୍ତି।
ପଢ଼ନ୍ତୁ-କେଉଁଠି ପହଞ୍ଚିବ ଟମାଟୋ ଦର? ଚଣ୍ଡିଗଡ଼ରେ ୩୫୦ ଟଙ୍କା ପାର୍, ଗାଜିଆବାଦରେ ୨୫୦