ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦ ଟଙ୍କା

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ: ଅଗଷ୍ଟ ୧୫ ଠାରୁ ଟମାଟୋ କେଜି ୫୦ ଟଙ୍କାରେ ବିକ୍ରି ହେବ। ଏଥିପାଇଁ ସୋମବାର କେନ୍ଦ୍ର ସରକାର ଜାତୀୟ ସମବାୟ ଗ୍ରାହକ ମହାସଂଘ(ଏନ୍‌ସିସିଏଫ୍‌), ଜାତୀୟ କୃଷି ସମବାୟ ବଜାର ମହାସଂଘ(ଏନ୍‌ଏଫ୍‌ଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିସିଏଫ୍‌ ଓ ଏନ୍‌ଏଫ୍‌ଇଡି ଦିଲ୍ଲୀ ଏନ୍‌ସିଆର୍‌, ଜୟପୁର ଓ ରାଜସ୍ଥାନର କୋଟାରେ ଟମାଟୋ ବିକ୍ରି କରିବ। ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣସୀ ଓ ପ୍ରୟାଗରାଜ ସମେତ ବିହାରର ପାଟନା, ମୁଜାଫରପୁର, ଅର୍ରାହ ଓ ବକ୍ସରରେ ଟମାଟୋ ୫୦ ଟଙ୍କାରେ ବିକ୍ରି ହେବ।

କେନ୍ଦ୍ର ସରକାର ପଦକ୍ଷେପ ନେବା ଯୋଗୁ ଦିଲ୍ଲୀ-ଏନସିଆରରେ ଟମାଟୋର ଖୁଚୁରା ବିକ୍ରି ଜୁଲାଇ ୧୪ରେ ଆରମ୍ଭ ହୋଇଥିଲା। ଏନସିସିଏଫ୍ ଦିଲ୍ଲୀର ୫୦ ଟି ସ୍ଥାନରେ ଏବଂ ନୋଏଡା ଏବଂ ଗ୍ରେଟର ନୋଏଡାର ୧୫ ଟି ସ୍ଥାନରେ ମୋବାଇଲ୍ ଟମାଟୋ ସପ ଚଳାଉଛି।

ଢ଼ନ୍ତୁ- ୧୫ ମାସରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି; ଜୁଲାଇରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ

ପ୍ରଥମେ ଏନ୍‌ସିସିଏଫ୍‌ ଏବଂ ଏନଏଏଫ୍‌ଇଡି ୯୦ ଟଙ୍କାରେ ଟମାଟୋ ବିକ୍ରି କରିଥିଲା। ଏବଂ ପରେ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା। ଜୁଲାଇ ୨୦ରୁ ଏହା କିଲୋଗ୍ରାମ ପିଛା ୭୦ ଟଙ୍କାକୁ ହ୍ରାସ କରାଯାଇଥିଲା। ଏହା ବ୍ୟତୀତ ଏଜେନ୍ସି ଡିଜିଟାଲ୍ କମର୍ସ (ONDC) ପ୍ଲାଟଫର୍ମ ମାଧ୍ୟମରେ ଟମାଟୋର ଖୁଚୁରା ବିକ୍ରି ମଧ୍ୟ କରୁଛି।

ଉପଭୋକ୍ତା ବ୍ୟାପାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏନସିସିଏଫ୍ ଏବଂ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବଜାରରୁ ଟମାଟୋ କ୍ରୟ କରିବା ଆରମ୍ଭ କରି ଦେଇଛନ୍ତି। ୧୩ ଅଗଷ୍ଟ ସୁଦ୍ଧା NCCF ଏବଂ NAFED ଏଜେନ୍ସି ମୋଟ ୧୫ ଲକ୍ଷ କିଲୋଗ୍ରାମ ଟମାଟୋ କିଣି ସାରିଛନ୍ତି।

ପଢ଼ନ୍ତୁ-ନେପାଳ ଟମାଟର ଭାରତରେ ହ୍ରାସ କରିବ ମୂଲ୍ୟ ବୃଦ୍ଧି, ଜାଣନ୍ତୁ ଏହି ପଡୋଶୀ ଦେଶରୁ ଆଉ କ’ଣ ସବୁ ହୁଏ ଆମଦାନୀ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.