Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଟମାଟର ବିଗାଡିଲା ରୋଷେଇଶାଳର ବଜେଟ୍, ୧୦୦ ଟଙ୍କା ପାଖାପାଖି ହେଲା ଦର

26/05/2022 at 2:22 PM

ନୂଆଦିଲ୍ଲୀ ୨୬।୫: ଏବେ ମହଙ୍ଗା ଟମାଟର ସାଧାରଣ ଲୋକଙ୍କ ରୋଷେଇ ଘରର ବେଜେଟ୍ ବିଗାଡିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରତି କେଜି ଟମାଟୋ ଲାଗି ଲୋକଙ୍କୁ ୬୦ରୁ ୮୦ ଟଙ୍କା ପୈଠ କରିବାକୁ ପଡୁଛି। ଅନ୍ୟ ସହରାଞ୍ଚଳରେ ଯୋଗାଣ ହ୍ରାସ ଲାଗି କେଜି ପିଛା ଦର ୧୦୦ ଟଙ୍କାକୁ ପହଞ୍ଚି ଯାଇଛି। କେବଳ ଟମାଟୋ ନୁହେଁ ସବୁଜ ପନିପରିବା ଦର ମଧ୍ୟ ବଢିଛି। ଯାହା ଆଗକୁ ହ୍ରାସ ପାଇବ ତାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ।

ଖାଦ୍ୟ ତୈଳ ମୂଲ୍ୟ ବୃଦ୍ଧି ପ୍ରଥମରୁ ରୋଷେଇଶାଳକୁ ପ୍ରଭାବିତ କରି ରଖିଥିଲା। ଏଥିରେ ଟମାଟୋ ଓ ସବୁଜ ପନିପରିବା ଦର ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡା ପାଲଟିଛି। ଦିଲ୍ଲୀରେ ଲେମ୍ବୁ କେଜି ପିଛା ଦର ୨୦୦ରୁ ୨୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ବାଇଗଣ ୬୦ରୁ ୮୦, ଫୁଲକୋବି ୧୦୦ରୁ ୧୨୦, ପିଆଜ ଓ ଆଳୁ ୪୦ ଟଙ୍କା, ଶିମଲା ଲଙ୍କା ୧୦୦, ଗାଜର ୮୦ ଓ ପାଳଙ୍ଗ କେଜି ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି।

କେବଳ ପନିପରିବା କି ରୋଷେଇ ତେଲ ଓ ଗ୍ୟାସ୍ ନୁହେଁ ବଜାରରେ ମସଲା ମସଲି ଦର ମଧ୍ୟ ଅଚାନକ ବଢି ଯାଇଛି। ଏଥିରେ ଲାଲ ଲଙ୍କା କେଜି ପିଛା ୧୪୦ରୁ ୨୪୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଜିରା ୧୬୦ରୁ ୨୪୦, ଜୁଆଣୀ ୧୭୦ରୁ ୨୬୦, ଧଣିଆ ୭୦ରୁ ୧୦୦ ଓ ୧୮୦, ପାନମଧୁରି ୨୦୦ରୁ ୨୫୦ ଓ ଗୋଲମରିଚ କେଜି ପିଛା ୪୮୦ରୁ ୬୦୦ ଟଙ୍କା ଦରରେ ବିକ୍ରି ହେଉଛି।

   Related Posts