ପାକିସ୍ତାନରେ ଟମାଟ ଦର ଆକାଶ ଛୁଆଁ, କିଲୋପିଚ୍ଛା ବିକ୍ରି ହେଲା ୩୦୦ଟଙ୍କାରେ...

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଲୀ୧୧|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ବାମିଜ୍ୟିକ ସମ୍ପର୍କ ଛିନ୍ନ କରିଛନ୍ତି । ଭାରତର  ଜିନିଷ ଉପରେ ରୋକ୍ ଲଗାଇଛନ୍ତି।ଭାରତରୁ ଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ପାକିସ୍ତାନ ରୋକ ଲଗାଇବା ପରେ ପାକିସ୍ତାନ ପରିବା ବଜାରରେ ହାହାକାର ପଡିଯାଇଛି।

{"id":143404,"width":563,"height":423}

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ବାତିଲ କରିଛି।ଆହୁରି ମଧ୍ୟ ଦିଲ୍ଲୀ ଓ ଲାହୋର ମଧ୍ୟରେ ଚାଲୁଥିବା ବସଗୁଡିକ ଉପରେ ମଧ୍ୟ ପାକିସ୍ତାନ କଟକଣା ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ପାକିସ୍ତାନରେ ଟମାଟ କିଲୋ ପିଚ୍ଛା ୩୦୦ ଟଙ୍କାରେ ପହଞ୍ଚିଛି ।ଟମାଟ ବଦଳରେ ପାକିସ୍ତାନବାସୀ ରକ୍ତଚାଉଳ ଚୋବାଉଛନ୍ତି। ଇମ୍ରାନ ଖାନଙ୍କ ନିଷ୍ପତ୍ତିର ଫଳ ପାକିସ୍ତାନବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଟମାଟ ମୂଲ୍ୟରୁ ସ୍ପଷ୍ଟ ଜଣାପଡୁଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅବସ୍ଥା କିପରି ଥିବ।

{"id":143405}

 ଭାରତରୁ ଯାଉଥିବା ପନିପରିବା ବିଶେଷକରି ଟମାଟ ଉପରେ ପାକିସ୍ତାନ ନିର୍ଭର କରିଥାଏ।ଯାହାଫଳରେ ପାକିସ୍ତାନର ଲୋକମାନଙ୍କୁ ପରିବା ଶସ୍ତାରେ ମିଳିଯାଇଥାଏ। ହେଲେ ବର୍ତ୍ତମାନ ପାକିସ୍ତାନରେ ଟମାଟ ଦର ଆକାଶ ଛୁଆଁ। ଟମାଟ ପାଇଁ ପାକିସ୍ତାନରେ ଥିବା ମଧ୍ୟବିତ୍ତ ବର୍ଗର ଲୋକମାନେ ଦହଗଞ୍ଜ ହେଉଛନ୍ତି।କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତର ଅର୍ଥନୀତି  ଉପରେ ଚାପ ପକାଇବା ପାଇଁ ଇମ୍ରାନ ଖାନ ଏହିଭଳି ନିଷ୍ପତ୍ତି ନେଇଛନ୍ତି।ପୁଲଓ୍ବମା ଆକ୍ରମଣ ପରେ ଭାରତ ପାକସ୍ତାନର ବାଲାକୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ସେହି ସମୟରେ ମଧ୍ୟ ପାକସ୍ତାନବାସୀ ଟମାଟ ପାଇଁ ହନ୍ତସନ୍ତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.