ନୂଆଦିଲ୍ଲୀ ୬।୮: ଜନତାଙ୍କ ଲାଗି ମୂଲ୍ୟବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। ଏବେ ଟମାଟର ଦରରେ ହ୍ରାସର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଏଥିରେ ବ୍ୟବସାୟୀ ଆଗାମୀ ଦିନରେ ଟମାଟରର ଆହୁରି ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ଆକଳନ କରୁଛନ୍ତି। କେଜି ପିଛା ଦର ହୁଏତ ୩୦୦ ଟଙ୍କାକୁ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି। ଏହା ଛଡା ଅଗଷ୍ଟ ମାସରେ ଭେଣ୍ଡି, କଲରା, କ୍ୟାପସିକମ୍ ସହିତ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରୁଛନ୍ତି।
ସ୍ୱିଗି ପରେ ଏବେ ଗ୍ରାହକଙ୍କଠୁ ଜୋମାଟୋ ଅସୁଲ କରିବ ପ୍ଲାଟଫର୍ମ ଫି, ଜାଣନ୍ତୁ ଅର୍ଡର ପିଛା ପଡୁଛି କେତେ?
ଦିଲ୍ଲୀ ଆଜାଦପୁର ମଣ୍ଡିରେ ବ୍ୟବସାୟ କରୁଥିବା ସଞ୍ଜୟ ଭଗତ ନିକଟରେ ହୋଇଥିବା ବର୍ଷା ଯୋଗୁ କେତେକ ରାଜ୍ୟରେ ଟମାଟର ଫସଲ ନଷ୍ଟ ହୋଇଥିବା କହିଛନ୍ତି। ଏଣୁ ଟମାଟୋ ଉତ୍ପାଦନ ହ୍ରାସ ହୋଇଥିବା ବେଳେ ବଜାରମାନଙ୍କୁ ଟମାଟର ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ଗତ ଏକମାସରୁ ଅଧିକ ସମୟ ହେଲା ଟମାଟୋଦର ଗ୍ରାହକଙ୍କୁ ଆଚମ୍ବିତ କରିଛି। ଏଥିରେ ଅଗଷ୍ଟ ମାସରେ ମୂଲ୍ୟ ବୃଦ୍ଧିରୁ ରିହାତି ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବର୍ଷା ଓ ବନ୍ୟା ଯୋଗୁ ମଉଳି ଯାଇଛି ବୋଲି ଭଗତ କହିଛନ୍ତି।
{"id":827108,"sizeSlug":"full","linkDestination":"none"}ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ,ବନ୍ୟା ଓ ଭୂ-ସ୍ଖଳନ ଲାଗି ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଛି। ଏଣୁ ପରିବା ବୋଝେଇ ଟ୍ରକ୍ ସମୟରେ ବଜାରକୁ ପହଞ୍ଚି ପାରୁନଥିବା ବ୍ୟବସାୟୀ କହିଛନ୍ତି। ୬ରୁ ୮ ଘଣ୍ଟା ଅଧିକ ସମୟ ଲାଗୁଥିବାରୁ ଯୋଗାଣ ପ୍ରଭାବିତ ହୋଇଛି। ଏଣୁ ଟମାଟର କେଜି ପିଛା ଦର ୩୦୦କୁ ଯାଇପାରେ ବୋଲି ବ୍ୟବସାୟୀ ଅନୁମାନ କରୁଛନ୍ତି। କେବଳ ଟମାଟୋ ନୁହେଁ ଅନ୍ୟ ସବୁଜ ପନିପରିବା ଦର ମଧ୍ୟ ପୁଣି ଆକାଶ ଛୁଇଁପାରେ।
DAକୁ ନେଇ ଖୁସିଖବର, ଖୁବ୍ଶୀଘ୍ର ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା
ଗତ ଦେଢମାସ ହେଲା ଟମାଟୋ ଦର ଆକାଶ ଛୁଇଁଛି। କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଦେଢଶହରୁ ୨ଶହ ଟଙ୍କାକୁ ପହଞ୍ଚିଛି। ଆଜାଦପୁର ମଣ୍ଡି ଏସିଆର ସର୍ବ ବୃହତ୍ତ ମଣ୍ଡି, ଏଠାରେ ଉତ୍ତମ କିସମର ଟମାଟୋ କେଜି ପିଛା ଦର ୧୭୦ରୁ ୨୨୦ ଟଙ୍କାରେ କାରବାର ହେଉଛି। ତେବେ ମୂଲ୍ୟବୃଦ୍ଧିର ସବୁଠୁ ବଡ଼ କାରଣ ଯାହା ତାହା ହେଉଛି ବର୍ଷା । ଦେଶର ଦକ୍ଷିଣ ରାଜ୍ୟରେ ମଧ୍ୟ ପରିବା ଫସଲକୁ ବର୍ଷା ଦାଉ କରିଛି। ଏଥିରେ ଟମାଟୋ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଣୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଭଲ କିସମର ଟମାଟୋ କେଜି ପିଛା ଦର ପାଇକାରୀ ବଜାରରେ ୧୮୦ରୁ ୨୦୦ ଟଙ୍କାରେ କାରବାର ହେଉଛି।