ନୂଆଦିଲ୍ଲୀ ୨୭।୦୯: ଆପଣ ଜାଣନ୍ତି କି ଅଧିକ ଖୁସି ବା ଅଧିକ ଚିନ୍ତା ହେବା ଦ୍ୱାରା ପେଟରେ ଭିନ୍ନ ଏକ ଅନୁଭବ ହୋଇଥାଏ? ଏପରିକି କେବେ କେବେ ଭୋକ ନ ଲାଗିବା କିମ୍ବା ପେଟ ଖରାପ ହେବା ଦେଖିବାକୁ ମିଳିଥାଏ । ପାଚନତନ୍ତ୍ର ମଧ୍ୟ ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଏଥିରୁ ଜଣାପଡୁଛି ଯେ ପେଟ ସହ ମସ୍ତିଷ୍କର ସିଧାସଳଖ ସମ୍ପର୍କ ରହିଥାଏ । ସେଥିପାଇଁ ତ ପେଟକୁ ଦ୍ୱିତୀୟ ମସ୍ତିଷ୍କ ବୋଲି ମଧ୍ୟ କୁହାଯାଏ ।
କାହିଁକି ପେଟକୁ ଦ୍ୱିତୀୟ ମସ୍ତିଷ୍କ କୁହାଯାଏ?
ସାଧାରଣତଃ କୁହାଯାଏ ମସ୍ତିଷ୍କ ଶରୀରର ସମସ୍ତ ନିଷ୍ପତ୍ତି ନେଇଥାଏ । ଏକଥା ସତ । କିନ୍ତୁ ପେଟ ଓ ମସ୍ତିଷ୍କ ଭିତରେ ସିଧାସଳଖ ଯୋଡ଼ି ହୋଇଥିବା ସ୍ନାୟୁ ରହିଛି, ଯାହା ମାଧ୍ୟମରେ ମସ୍ତିଷ୍କକୁ ଅନ୍ତଃନଳୀର ସମସ୍ତ ସ୍ଥିତି ବିଷୟରେ ଜଣାପଡିଥାଏ । ସେଥିପାଇଁ ମନର ସ୍ଥିତି ଅନୁସାରେ ପେଟକୁ ଅନୁଭବ ହୋଇଥାଏ । ଏକଥା କୁହାଯାଇପାରେ ଯେ ମସ୍ତିଷ୍କ ଓ ପେଟ ମଧ୍ୟରେ ଦୁଇ ତରଫା ସମ୍ପର୍କ ରହିଛି । ଅର୍ଥାତ କେବଳ ପେଟ ସିଗ୍ନାଲ୍ ଦିଏନା ବରଂ ପେଟ ମଧ୍ୟ ମସ୍ତିଷ୍କକୁ ସନ୍ଦେଶ ପଠାଇଥାଏ । ଏହି ବାର୍ତ୍ତା ଆସିବା ଦ୍ୱାରା ପେଟରେ ଥିବା ମାଇକ୍ରୋ- କାର୍ବୋସ୍ ଉପରେ ପ୍ରଭାବ ପଡିଥାଏ । ଏହା ଖାଦ୍ୟକୁ ହଜମ କରିବା ସହ ଶରୀରରେ ହେଉଥିବା କେତେକ କେମିକାଲ୍କୁ ପ୍ରଭାବିତ କରିଥାନ୍ତି, ଯାହା ମୁଡ୍ ଓ ଭାବନାକୁ ନିୟନ୍ତ୍ରିତ କରିଥାଏ । ସେଥିପାଇଁ ପେଟକୁ ଦ୍ୱିତୀୟ ମସ୍ତିଷ୍କ କୁହାଯାଏ । ତେଣୁ ପେଟକୁ ସୁସ୍ଥ ରଖିବା ଜରୁରି । ଚାଲନ୍ତୁ ଜାଣିବା କେତେକ ଟିପ୍ସ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।
ପ୍ରୋବାୟୋଟିକ୍ସ ଖାଆନ୍ତୁ- ପ୍ରୋବାୟୋଟିକ୍ସ ଭଲ ବ୍ୟାକ୍ଟେରିଆ ହୋଇଥାଏ, ଯାହା ପେଟ ଭିତର ଅନ୍ତଃନଳୀରୁ ମିଳିଥାଏ । ଏହା ବାହାରେ ଯଥା ଦହି, ଫର୍ମୋଟେଡ୍ ଫୁଡ୍ ଏବଂ ପ୍ରୋବାୟୋଟିକ୍ସଯୁକ୍ତ ଖାଦ୍ୟରୁ ମିଳିଥାଏ ।
ଚିନ୍ତାକୁ ନିୟନ୍ତ୍ରଣ କରେ- ଚିନ୍ତା ପେଟର ସ୍ୱାସ୍ଥ୍ୟକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ। ତେଣୁ ଚିନ୍ତାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗ, ବ୍ୟାୟାମ ଓ ଗଭୀର ଶ୍ୱାସପ୍ରଶ୍ୱାସ ନେବା ପରି ଅଭ୍ୟାସ କରିବା ଆବଶ୍ୟକ ।
ପର୍ଯ୍ୟାପ୍ତ ଶୁଅନ୍ତୁ- ଭରପୂର ନିଦ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଜରୁରି । ନଚେତ୍ ଏହା ପେଟର ସ୍ୱାସ୍ଥ୍ୟକୁ ଗଡବଡ କରିପାରେ ।
ଆଣ୍ଟିବାୟୋଟିକ୍ ନିଅନ୍ତୁନି- ଏହି ଔଷଧ ପେଟରେ ଥିବା ଭଲ ଓ ଖରାପ ସମସ୍ତ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆଣ୍ଟିବାୟୋଟିକ୍ ନେଇପାରିବେ ।