ପ୍ରଥମଥର ମହାକାଶରେ ହେବ ଫିଲ୍ମ ସୁଟିଙ୍ଗ୍ : ନାସା ପ୍ରୋଜେକ୍ଟରେ କାମ କରିବେ ଟମ୍ କୃଜ୍

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬/୦୫ : ହଲିଉଡ଼ର ଆକ୍ସନ୍ ହିରୋ ଟମ୍ କୃଜ୍ ପ୍ରଥମଥର ପାଇଁ ନିଜର ଫିଲ୍ମ ସୁଟିଙ୍ଗ୍ ମହାକାଶରେ କରିବାକୁ ଯାଉଛନ୍ତି | ଏହି ଆକ୍ସନ୍ ଆଡଭେଞ୍ଚର୍ ଫିଲ୍ମର ସୁଟିଙ୍ଗ୍ ପାଇଁ ଟମ୍ କୃଜ୍ ନାସା (NASA) ଓ ଏଲନ୍ ମସ୍କଙ୍କ ମହାକାଶରେ କମ୍ପାନୀ ସ୍ପେସ୍ ଏକ୍ସ ସହ କାମ କରିବେ | ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ ତାହେଲେ ଏହା ପ୍ରଥମ ଫିଲ୍ମ ହେବ ଯାହା ପୃଥିବୀ ବାହାରେ ଅର୍ଥାତ ମହାକାଶରେ ସୁଟିଙ୍ଗ୍ କରାଯିବ |  

{"id":265699,"sizeSlug":"large"}

ହଲିଉଡ଼ରେ ଟମ୍ କୃଜ୍ ଆକ୍ସନ୍ ହିରୋ ଭାବେ ପରିଚିତ | ସେ ଅଧିକାଂଶ ଆକ୍ସନ୍ ଫିଲ୍ମ ହିଁ କରନ୍ତି | ସେଥିପାଇଁ ଅଧିକାଂଶ ସମୟରେ ସୁଟିଙ୍ଗ୍ ବେଳେ ସେ ଆହତ ମଧ୍ୟ ହୋଇଥାନ୍ତି | ଫିଲ୍ମ 'ମିଶନ୍ ଇମ୍ପୋସିବଲ୍' ସୁଟିଙ୍ଗ୍ ସମୟରେ ସେ ୮ ଥର ଆହତ ହୋଇଥିଲେ | 

{"id":265700,"sizeSlug":"large"}

ନାସା (NASA)ର ଆଡମିନିଷ୍ଟ୍ରେଟର ଜିମ୍ ବ୍ରିନ୍ଦେସଟିନ୍ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇ କହିଛନ୍ତି ଯେ ନାସା (NASA), ଟମ୍ କୃଜଙ୍କ ସହ ସ୍ପେସରେ ଫିଲ୍ମ କରିବା ପାଇଁ ବହୁତ ଉତ୍ସାହିତ | ସେ କହିଛନ୍ତି ଏଥିପାଇଁ ତାଙ୍କୁ ମିଡ଼ିଆ ସହାୟତା ଆବଶ୍ୟକ ଯେପରିକି ନୂଆ ପିଢ଼ିର ଇଂଜିନିୟର ଓ ବୈଜ୍ଞାନିକଙ୍କୁ ନାସାର ଏହି ମହତ ଓ ଦୃଢ ଯୋଜନାକୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.