Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଟୋଲଗେଟ୍‌ ଟେନ୍‌ସନ୍‌, ଜିଲ୍ଲାପାଳଙ୍କୁ ଭେଟିଲେ ନାଗରିକ ମଞ୍ଚ ଏବଂ ବିଜେପି କର୍ମୀ

15/11/2022 at 4:34 PM

ଭଦ୍ରକ, ୧୫/୧୧: ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ବଢୁଛି । ଟୋଲଗେଟ ସମ୍ମୁଖରେ ସ୍ଥାନୀୟ ଯୁବକ ଯୁବତୀ ଧାରଣାରେ ବସିଥିବା ବେଳେ ବିଜେପି ସେମାନଙ୍କୁ ସମର୍ଥନ ଦେଇଛି । ଅନ୍ୟପଟେ ନାଗରିକ ମଞ୍ଚର ଦାବି ସହ କଂଗ୍ରେସ ମଧ୍ୟ କେତେକ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଛି ।

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନେଉଳିଆ ଠାରେ ଟୋଲଗେଟ କାର୍ଯ୍ୟକ୍ଷମ ହୋଇଛି । କିନ୍ତୁ ଟୋଲ ଗେଟରେ ସ୍ଥାନୀୟ ଶିକ୍ଷିତଙ୍କୁ ନିଯୁକ୍ତି ମିଳିନାହିଁ । ତେବେ ସ୍ଥାନୀୟ ନିଯୁକ୍ତି ଦାବି କରି ଯୁବକ ଯୁବତୀଙ୍କ ସହ ବଜେପି ନେତା ଧାରଣାରେ ବସିଛନ୍ତି । ଅନ୍ୟପଟେ କଂଗ୍ରେସ ଟୋଲଗେଟ ଉନ୍ନୟନ ପରିଷଦ ସହ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ।

୨୦ କିଲୋମିଟର ଭିତରେ ଥିବା ଗାଡିକୁ ଟୋଲ ଟ୍ୟାକ୍ସ ମୁକ୍ତ କରିବା ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଭଳି ଦାବି ରଖିଛନ୍ତି ଧାରଣାକାରୀ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଦୁଇ ଦଳ ଆନ୍ଦୋଳନ ଜୋରଦାର କରିବ ବୋଲି ସୂଚନା ଦେଇଛନ୍ତି ।

   Related Posts