ମୁଣ୍ଡଳୀ ଟୋଲ ଗେଟ୍ ବନ୍ଦ, ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | May 24, 2023 IST

ଆଠଗଡ ୨୪/୦୫: ମୁଣ୍ଡଳୀ ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ତ୍ରିର୍ଥଯାତ୍ରୀ ଗଣ୍ଡଗୋଳ ଘଟଣା । ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ ଗେଟ୍ ବନ୍ଦ କଲା ଆଠଗଡ ପ୍ରଶାସନ । ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ନିଆଯିବ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ।

ସୂଚନା ଥାଉକି, ମୁଣ୍ଡଳୀ ଗେଟ୍‌ରେ ଗେଟ କର୍ମଚାରୀ ଓ ଛତିଶଗଡର ଟୁରିଷ୍ଟ ବସ ଯାତ୍ରୀ ମୂହାଁମୂହିଁ । ଉଭୟ ଛତିଶଗଡର ଟୁରିଷ୍ଟ ମାନେ ଓ ମଣ୍ଡଳୀ ଗେଟ୍ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ଆଠଗଡ଼ ଥାନାରେ ଗେଟ କର୍ମଚାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମଙ୍ଗଳବାର ରାତିରୁ ଛତିଶଗଡର ଟୁରିଷ୍ଟ ମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରିଥିଲେ ।

ଛତିଶଗଡରୁ ୨ଟି ବସ୍‌ରେ ଯାତ୍ରୀମାନେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟଙ୍କ ଭିତରେ ଝଗଡା ଓ ମାଡପିଟ୍ ସହିତଝଗଡା ବସ ଭଙ୍ଗାରୁଜା ହୋଇଥିଲା । ବସ୍‌ରେ ଥିବା ୧୧ଜଣ ଯାତ୍ରୀ, ଗେଟ ୩ଜଣ କର୍ମଚାରୀ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ଗେଟରେ ଥିବା ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଗେଟ୍‌ର ଥିବା କର୍ମଚାରୀ ଅଧିକ ଟଙ୍କା ମାଗିବାରୁ ପ୍ରତିବାଦ କରିଥିଲେ ବସର ଡ୍ରାଇଭର । ଯେଉଁଥି ପାଇଁ ଉଭୟ ଭିତରେ ବଚସା ଆରମ୍ଭ ହୋଇ ତୁମୁଳକାଣ୍ଡ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.