ଆଜିଠୁ ଟୋକିଓ ପାରା-ଅଲିମ୍ପିକ୍,ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Published By : Prameya-News7 Bureau | August 24, 2021 IST

ଟୋକିଓ, ୨୪/୦୮: ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍‌ ୪୫୩୭ ଜଣ କ୍ରୀଡ଼ାବିତ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମୋଟ୍‌ ୨୨ଟି କ୍ରୀଡ଼ାରେ ୫୩୯ଟି ଇଭେଣ୍ଟ ଆୟୋଜିତ ହେବ ।

wp:html /wp:html

ଟୋକିଓ ସମେତ ସାରା ଦେଶରେ କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ ରହିଛି । ଜାପାନରେ ଆଜି ୨୨,୨୮୫ରୁ ଊଦ୍ଧ୍ୱର୍ ନୂଆ ସଂକ୍ରମିତ ବାହାରିଥିବାବେଳେ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ଟୋକିଓରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି । ଏହା ସତ୍ତ୍ୱେ କ୍ରୀଡ଼ା ନିର୍ଦ୍ଧାରିତ ସୂଚୀରେ ଆୟୋଜିତ ହେଉଛି । ବିନା ଦର୍ଶକରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ।

ଉଦ୍‌ଘାଟନୀ ଉତ୍ସବରେ ମାରିଆପ୍ପାନ ଥଙ୍ଗାଭେଲୁ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । ତାଙ୍କ ସହ ମୋଟ୍‌ ୧୧ ଜଣ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥର ମୋଟ୍‌ ୫୪ ଜଣ ଭାରତୀୟ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ବ୍ୟାଡମିଣ୍ଟନ ଏହି ପାରାଲିମ୍ପିକ୍ସରେ ପଦାର୍ପଣ କରିବ । ଅନ୍ୟ ପରେ ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶୁଭେ‌ଚ୍ଛା ଜଣାଇଛି।​

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.