ଟୋକିଓ ଅଲିମ୍ପିକ୍ସ: ଖେଳାଳି ପଦକ ଜିଣିଲେ ପ୍ରଶିକ୍ଷକଙ୍କ ଉପରେ ବର୍ଷା ହେବ ଟଙ୍କା, ଜାଣନ୍ତୁ କେତେ ମିଳିବ ପୁରସ୍କାର

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୭: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଟୋକିଓ ଅଲିମ୍ପିକ୍ସରେ ପଦକ ଜିତୁଥିବା ଖେଳାଳିଙ୍କ ପ୍ରଶିକ୍ଷକଙ୍କୁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି। ସ୍ବର୍ଣ୍ଣ ପଦକ ବିଜେତା ଖେଳାଳିଙ୍କ କୋଚ୍‌ଙ୍କୁ ୧୨.୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତାଙ୍କ କୋଚ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ବିଜେତାଙ୍କ ପ୍ରଶିକ୍ଷକଙ୍କୁ ୭.୫ ଲକ୍ଷ ଟଙ୍କା ମିଳିବ।

ଆଇଓଏର ସାଧାରଣ ସଂପାଦକ ରାଜୀବ ମେହେଟା କହିଛନ୍ତି, ‘ଅଲିମ୍ପିକ୍‌ରେ ପଦକ ବିଜେତାଙ୍କ କୋଚ୍‌ଙ୍କୁ ମଧ୍ୟ ପୁରସ୍କାର ମିଳିବ। ସେମାନେ ଖେଳାଳିଙ୍କୁ ଦିନ ରାତି ଏକ ପ୍ରଶିକ୍ଷଣ ଦେଉଛନ୍ତି। ସେମାନେ ଆଥଲେଟଙ୍କ ଭଳି କଠିନ ପରିଶ୍ରମ କରୁଛନ୍ତି ଏବଂ ବଳିଦାନ ଦେଉଛନ୍ତି।’

ଏହା ପୂର୍ବରୁ ଭାରତୀୟ ଅଲିମ୍ପିକ୍‌ ସଂଘ ଗୁରୁବାର ଘୋଷଣା କରିଥିଲା, ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ନଗଦ ୭୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ଏନଏସଏଫ ଅଂଶୀଦାରଙ୍କୁ ୨୫ ଲକ୍ଷ ଟଙ୍କା ବୋନସ୍‌ ଦିଆଯିବ। ଆଇଓଏର ପରାମର୍ଶଦାତା ସମିତି ରୌପ୍ୟ ପଦକ ବିଜେତାଙ୍କୁ ୪୦ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ମେଡାଲ୍‌ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.