ଟୋକିଓ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ଝଟକା, ବକ୍ସର ସତୀଶ କୁମାର କ୍ଵାର୍ଟର ଫାଇନାଲ ଖେଳିବା ନେଇ ସଂଶୟ

Published By : Prameya-News7 Bureau | July 31, 2021 IST

ଟୋକିଓ ୩୧।୦୭: ଟୋକିଓ ଅଲିମ୍ପିକରେ ଭାରତକୁ  ଲାଗିଛି ଆଉ ଏକ ଝଟକା। ବକ୍ସର ସତୀଶ କୁମାର(୯୧ କିଲୋଗ୍ରାମ)ର କ୍ଵାର୍ଟର ଫାଇନାଲ୍‌ରେ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି। କାରଣ ତାଙ୍କଠାରେ ସାତୋଟି ଷ୍ଟିଜ୍ ପଡିଛି। ଶନିବାର ଭାରତୀୟ ବକ୍ସିଂ ସଂଘର ସଭାପତି ଅଜୟ ସିଂହ କହିଛନ୍ତି, ଡାକ୍ତରଙ୍କ କହିବାନୁସାରେ ହିଁ ସତୀଶ ରିଙ୍ଗକୁ ଓହ୍ଲାଇବେ।

ସୂଚନା ଅନୁଯାୟୀ, ସତୀଶ ରବିବାର ଉଜବେକିସ୍ତାନ ବକ୍ସର ବଖୋଦିର ଜଲୋଲୋଭଙ୍କ ବିରୋଧରେ ରିଙ୍ଗକୁ ଓହ୍ଲାଇବେ। ଏହା ପୂର୍ବରୁ ପ୍ରିକ୍ଵାର୍ଟରରେ ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସତୀଶ ୪-୧ରେ ଜାମାଇକା ବକ୍ସରଙ୍କୁ ହରାଇଥିଲେ। ଅନ୍ୟପଟେ ବିଶ୍ଵ ଓ ଏସିଆ ଚାମ୍ପିଅନ ଜାଲୋଲୋଭ ଅଜରବେଇଜାନର ମହମ୍ମଦ ଅବଦୁଲ୍ଲାୟେଭଙ୍କୁ ୫-୦ରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଟୋକିଓ ଅଲିମ୍ପିକ ଭାରତ ପାଇଁ ନିରାଶଜନକ ରହିଛି। ମୀରାବାଇ ଚାନୁଙ୍କୁ ବାଦ୍ ଦେଲେ ଆଉ କୌଣସି ଆଥଲେଟ୍ ପଦକଟିଏ ଜିତି ପାରି ନାହାନ୍ତି। ଜଣେ ପରେ ଜଣ ପଦକ ଆଶାୟୀ ପରାଜିତ ହୋଇ ଅଲିମ୍ପିକରୁ ବାଦ୍ ପଡିଛନ୍ତି। ଆଜି ପିଭି  ସିନ୍ଧୁ ସେମି ଫାଇନାଲ୍‌ରେ ପରାସ୍ତ ହେବା ସହ ଭାରତର ସ୍ଵର୍ଣ୍ଣ ପଦକ ଆଶା ମଉଳି ଯାଇଛି। ଏବେ ସିନ୍ଧୁଙ୍କଠୁ କାଂସ୍ୟ ପଦକ ଆଶା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.