ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା ବଢାଇଲେ ପିଭି ସିନ୍ଧୁ, ସୁଟିଂରେ ବିଫଳ ହେଲେ ମନୁ-ଯଶ୍ୱସ୍ୱୀ

Published By : Prameya-News7 Bureau | July 25, 2021 IST

ଟୋକିଓ ୨୫/୭ : ଟୋକିଓରେ ପଦକ ଆଶା ବଢାଇଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି ।

wp:html /wp:html

ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ସୁଟର ମନୁ ଭକର ଏବଂ ଯଶସ୍ୱିନୀ ସିଂ ଦେଶୱାଲ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ଫେଲ୍ ମାରିଛନ୍ତି । ଯଦିଓ ଦୁହେଁ ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଏହାକୁ ଆଗକୁ ବଢିପାରିନଥିଲେ । ଏହା ବ୍ୟତୀତ ଆଜି ଦିନଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ।

୬ ଥର ବିଶ୍ୱ ଚାମ୍ପିଅନ୍ ମେରି କମ୍, ସାନିଆ ମିର୍ଜା ଏବଂ ସାଜନ ପ୍ରକାଶ ସନ୍ତରଣରେ ଭାରତର ଆହ୍ୱାନ ଉପସ୍ଥାପନ କରିବେ । ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତିବା ପାଇଁ ମୀରବାଈ ଚାନୁ ଭାରୋତ୍ତୋଳନରେ ଏକ ଚମତ୍କାର ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.