ଭାରତକୁ ପୁଣି ନିରାଶା, ସାନିଆ ମିର୍ଜା-ଅଙ୍କିତା ରାଇନା ଯୋଡି ଡବଲ୍ସରୁ ଆଉଟ୍

Published By : Prameya-News7 Bureau | July 25, 2021 IST

ଟୋକିଓ ୨୫/୭ : ଟୋକିଓ ଅଲିମ୍ପିକରେ ଭାରତକୁ ପୁଣି ନିରାଶ । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରିଯାଇଛନ୍ତି । ଏହା ସହ ଭାରତର ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ମଧ୍ୟ ଶେଷ ହୋଇଛି । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନାଙ୍କ ଯୋଡି ପ୍ରଥମ ରାଉଣ୍ଡରୁ ଆଉଟ୍ ହୋଇଛନ୍ତି । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନାଙ୍କ ଯୋଡି ପ୍ରଥମ ସେଟଟିକୁ ୬-୦ରେ ଜିତିଥିଲେ।

wp:html /wp:html

କିନ୍ତୁ ୟୁକ୍ରେନର ନାଦିଆ ଏବଂ ଲ୍ୟୁଡମାୟଲା ପରବର୍ତ୍ତୀ ଦୁଇଟି ସେଟ୍ ଜିତିବା ପାଇଁ ଏକ ଚମତ୍କାର କମବ୍ୟାକ୍ କରିଥିଲେ । ଫଳରେ ଭାରତୀୟ ଯୋଡିଙ୍କ ଯାତ୍ରା ସରିଛି । ସେପଟେ ୧୦୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦିବ୍ୟଂଶ ମଧ୍ୟ ଖରାପ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପ୍ରଥମ ସିରିଜରେ ଦିବ୍ୟଂଶ ୧୦୨.୭ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଫାଇନାଲରେ ପହଞ୍ଚିବା ପାଇଁ ଦିବ୍ୟଂଶଙ୍କୁ ଶୀଘ୍ର ତାଙ୍କର ପ୍ରଦର୍ଶନକୁ ଉନ୍ନତ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.