Tokyo Olympics: କ୍ଵାର୍ଟର ଫାଇନାଲରେ ପହଞ୍ଚିଲେ ବକ୍ସର ପୂଜା ରାଣୀ, ପଦକଠୁ ଗୋଟିଏ ପାଦ ଦୂରରେ

Published By : Prameya-News7 Bureau | July 28, 2021 IST

ଟୋକିଓ ୨୮।୦୭:  ଭାରତୀୟ ମୁଷ୍ଟିଯୋଦ୍ଧା ପୂଜା ରାଣୀ(୭୪ କିଗ୍ରା) ବୁଧବାର ଟୋକିଓ ଅଲିମ୍ପିକରେ ପଦାର୍ପଣ କରି ପ୍ରଥମ ମୁକାବିଲାରେ ଆଲଜେରିଆର ଇଚରକ ଜାଏବକୁ ୫-୦ରେ ପରାସ୍ତ କରି କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୩୦ ବର୍ଷୀୟ ଏହି ଭାରତୀୟ ଖେଳାଳି ପୂରା ମ୍ୟାଚ୍‌ରେ ନିଜଠୁ ୧୦ ବର୍ଷର ସାନ ପ୍ରତିଦ୍ଵନ୍ଦ୍ଵୀ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ। ଦୁଇ ଥରର ଏସୀୟ ଚାମ୍ପିଅନ ପୂଜା ରାଣୀ ନିଜର ଦମଦାର ପଞ୍ଚ କରିଥିଲେ ଏବଂ ପ୍ରତିଦ୍ଵନ୍ଦ୍ଵୀ ଚାଏବଙ୍କ ରିଙ୍ଗରେ ସନ୍ତୁଳନ ଅଭାବର ଫାଇଦା ଉଠାଇଥିଲେ।

ତିନୋଟି ଯାକ ରାଉଣ୍ଡରେ ରାଣୀ ନିଜର ଦବଦବା କାଏମ ରଖିଥିବା ବେଳେ ପ୍ରଥମ ଥର ଅଲିମ୍ପିକ ଖେଳୁଥିବା ଜାଏବଙ୍କଠାରେ ଅନୁଭବର ଅଭାବ ଦେଖିବାକୁ ମିଳିଥିଲା। ରାଣୀ ପ୍ରତିଦ୍ଵନ୍ଦୀଠୁ ଦୂରତା  ବଜାୟ ରଖି ଚତୁରତାର ସହ ଖେଳିଥିଲେ। ଶେଷରେ ମୁକାବିଲାକୁ ସେ ୫-୦ରେ ଜିତି ନେଇଥିଲେ।

{"id":487157,"sizeSlug":"large","linkDestination":"none"}

ସେ କାନ୍ଧଜନିତ ସମସ୍ୟା ଦେଇ ଗତି କରୁଥିଲେ ଏବଂ ତାଙ୍କ କ୍ୟାରିୟର ସମାପ୍ତ  ହେବାର ଦ୍ଵାର ଦେଶରେ ଥିଲା। ଆର୍ଥିକ ସହଯୋଗର ଅଭାବ ପରେ ମଧ୍ୟ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ତାଙ୍କ  ବାପା ଜଣେ ପୋଲିସ ଅଧିକାରୀ। ସେ ଚାହୁଁନଥିଲେ ଯେ, ଝିଅ ମୁଷ୍ଟିଯୋଦ୍ଧା ପରି ଖେଳରେ କ୍ୟାରିୟର କରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.