ବାତିଲ ହେବନି ଅଲିମ୍ପିକ୍, ପରିସ୍ଥିତି ଉପରେ ଆମେ ନଜର ରଖିଛୁ କହିଲେ IOC ଅଧ୍ୟକ୍ଷ

Published By : Prameya-News7 Bureau | March 21, 2020 IST

ଟୋକିଓ ୧୯।୩: ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍। କରୋନା ମହାମାରୀରେ ଏହା କହିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଅଧ୍ୟକ୍ଷ ଥୋମାସ୍ ବାକ୍। ଇତିମଧ୍ୟରେ ଅଲିମ୍ପିକ୍ ମସାଲ ଜାପାନ ପହଞ୍ଚି ସାରିଥିବା ବେଳେ ଏଥିପାଇଁ ଆଇଓସି ନିଜର ୱାର୍କଫୋର୍ସ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ କ୍ରିଡାର ମହାକୁମ୍ଭ ଆୟୋଜନ କରାଯିବ ବୋଲି କହିଛନ୍ତି।

wp:html /wp:html

ଜୁଲାଇ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍‌ର ଆୟୋଜନ ହେବ। ଏଥିଲାଗି ଏବେ ଆହୁରି ସାଢେ ୪ ମାସ ବାକି। ଏଣୁ ଅଲିମ୍ପିକ୍ ବାତିଲ ହେବାର ସମ୍ଭାବନା ନାହିଁ ବୋଲି ଆଇଓସି ଅଧ୍ୟକ୍ଷ କହିଛନ୍ତି। ଆମେ ଅଲଗା ଅଲଗା ପରିଦୃଶ୍ୟ ଉପରେ ବିଚାର କରୁଛୁ। କିନ୍ତୁଏବେଠୁ ଅଲିମ୍ପିକ  କିଛି ନିଷ୍ପତ୍ତି ନେବା ତରବରିଆ ହୋଇପାରେ ବୋଲି କହିଛନ୍ତି।

{"id":241885,"sizeSlug":"large"}

ତେବେ ଆଇଓସି ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ଆର୍ଥିକ ଲାଭ ଲାଗି କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ପୂର୍ବରୁ କହିଛନ୍ତି। କରୋନା କେତେଦିନ ବିଶ୍ୱରେ ରହିବ ତାର ହିସାବ ନାହିଁ। ତେବେ ଯେବେ ବିଦାୟ ନେବ ସୁଡଙ୍ଗର ଶେଷମୁଣ୍ଡରେ ଅଲିମ୍ପିକ୍ ମସାଲର ଆଲୋକ ଥିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଥୋମାସ୍ ବାକ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାରରେ ପହଞ୍ଚିଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.