ସରକାରଙ୍କ ଜବରଦସ୍ତ ସ୍କିମ୍‌, ରାଜଧାନୀ ଛାଡି ଗାଁରେ ରହିଲେ ୬ ଲକ୍ଷ ମିଳିବ

Published By : Prameya-News7 Bureau | January 05, 2023 IST

ଟୋକିଅ ୦୫।୦୧ : ଜାପାନ ରାଜଧାନୀ ଟୋକିଓ ଅତ୍ୟଧିକ ଜନବହୁଳ ହୋଇପଡ଼ିଥିବାରୁ ଅନେକ ସମସ୍ୟା ଉପୁଜୁଛି । ଏଭଳି ସ୍ଥିତିରେ ସରକାର ଏକ ନୂଆ ସ୍କିମ୍‌ ଘୋଷଣା କରିଛନ୍ତି । ଟୋକିଓ ଛାଡ଼ି ଲୋକମାନେ ଗ୍ରାମରେ ବାସ କଲେ ସେମାନଙ୍କ ପିଲା ପିଛା ୭,୭୦୦ ଡଲାର (୬.୩୬ ଲକ୍ଷ ଟଙ୍କା) ମିଳିବ ବୋଲି କୁହାଯାଇଛି । କମ୍‌ ଲୋକ ରହୁଥିବା ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ଏହି ସୁବିଧା ମିଳିବ । ପିଲାମାନଙ୍କୁ ୧୮ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ ।

ସରକାର ଆହୁରି କହିଛନ୍ତି ଯେ ଯୁବ ବର୍ଗର ପିତାମାତା ଟୋକିଓ ଛାଡ଼ି ଅନ୍ୟଠାରେ ରହିଲେ, ସେମାନଙ୍କୁ ଅନ୍ୟ ସୁବିଧା ବି ଯୋଗାଇ ଦିଆଯିବ । ଏହି ସ୍କିମ୍‌ ଦ୍ୱାରା ୨୦୨୭ ସୁଦ୍ଧା ରାଜଧାନୀରୁ ପ୍ରାୟ ୧୦,୦୦୦ ଲୋକ ଗ୍ରାମାଞ୍ଚଳରେ ବସବାସ କରିବେ ବୋଲି ସରକାର ଆଶା ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ଟୋକିଓର ଜନସଂଖ୍ୟା କମାଇବା ପାଇଁ ଜାପାନ ସରକାର ପ୍ରଥମ ଥର ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । କିନ୍ତୁ ଏହାଯୋଗୁ ସହରର ଜନସଂଖ୍ୟା ଏତେ କମିବା ସମ୍ଭାବନା ନ ଥିବା କୁହାଯାଉଛି । କାରଣ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ କାମ ମିଳୁ ନ ଥିବାରୁ ଲୋକମାନେ ସହରମୁହାଁ ହେଉଛନ୍ତି । ୬ ଲକ୍ଷ ଟଙ୍କା ସରିବା ପରେ ଲୋକେ ପୁଣି ଟୋକିଓମୁହାଁ ହୋଇପାରନ୍ତି । ଟୋକିଓ ସମେତ ପ୍ରମୁଖ ସହରର ଜନସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.