ବନ୍ଦ ପଡିଥିବା ଟଏଲେଟ୍‌କୁ ନିଜ କଳାକୃତିରେ ନୂଆ ରୂପ ଦେଇ କଲେ ଆର୍ଟ ଗ୍ୟାଲେରୀ: ଦେଖିବାକୁ ଲାଗୁଛି ଭିଡ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : ଲୋକେ ସାଧାରଣତଃ ପୁରୁଣା ଜିନିଷକୁ ଫୋପାଡ଼ି ଦେଇଥାନ୍ତି କିମ୍ବା ଧ୍ୟାନ ଦେଇନଥାନ୍ତି। ପୁରୁଣା ଅଦରକାରୀ ଜିନିଷ ଘରେ ରଖିବାକୁ ଲୋକେ ପସନ୍ଦ କରନ୍ତିନି। କିନ୍ତୁ ଦୁନିଆରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ପୁରୁଣା ଜିନିଷରେ ନିଜ କଳାକୃତି ଆଙ୍କି ତାକୁ ନୂଆ ରୂପ ଦେଇଥାନ୍ତି।

{"id":382164,"sizeSlug":"large","linkDestination":"none"}

ଏମିତି କିଛି ଦେଖିବାକୁ ମିଳିଛି ତାମିଲନାଡୁ ଉଟିରେ। ଏଠାରେ ଏକ ଘର ୧୦ ବର୍ଷ ହେଲା ବନ୍ଦ ପଡିଥିଲା। ସେହି ଘରକୁ କେହି ପ୍ରୟୋଗ କରୁନଥିଲେ। ସେହି ଘରକୁ ବର୍ତ୍ତମାନ ଆର୍ଟ ଗ୍ୟାଲେରୀରେ ପରିଣତ କରାଯାଇଛି। ଆର୍ଟ ଗ୍ୟାଲେରୀ ହେବାପରେ ସେଠାରେ ଲୋକଙ୍କ ଭିଡ ଜମୁଛି। ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

{"id":382162,"sizeSlug":"large","linkDestination":"none"}

କିଛି କଳାକାର ମିଶି ଏହି କାମ କରିଛନ୍ତି। ଏହାର ଭିଡିଓ ଆଇଏଏସ ଅଧିକାରୀ ସୁପ୍ରିୟା ସାହୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, 'ବ୍ୟବହୃତ ହେଉନଥିବା ଏକ ଟଏଲେଟକୁ ଆର୍ଟ ଗ୍ୟାଲେରୀ ଭାବେ ପରିବର୍ତ୍ତିତ କରାଯାଇ ନୂଆ ରୂପ ଦିଆଯାଇଛି। ଏହାର ନାଁ 'ଦ ଗ୍ୟାଲେରୀ ୱାନ୍ ଟୁ' ରଖାଯାଇଛି। ନଗରପାଳିକା ପାଖରେ ଏକ ନୂଆ ଟଏଲେଟ ତିଆରି କରିଛନ୍ତି ଏବଂ ଏହି ଘରକୁ ଆର୍ଟ ଗ୍ୟାଲେରୀ କରିବାକୁ ଅନୁମତି ଦେଇଛନ୍ତି।'

wp:embed {"url":"https://twitter.com/supriyasahuias/status/1341237180811804672","type":"rich","providerNameSlug":"twitter","responsive":true,"className":""}
https://twitter.com/supriyasahuias/status/1341237180811804672
/wp:embed

ସୂଚନା ଅନୁଯାୟୀ, ଏହି ଆର୍ଟ ଗ୍ୟାଲେରୀରେ ଏକ ପାଠାଗାର ମଧ୍ୟ ତିଆରି କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଇଁ ଏହି ପାଠାଗାର ନିଃଶୁଳ୍କ କରାଯାଇଛି। ସ୍ଥାନୀୟ ଲୋକେ ଏଠାରେ ଆରାମରେ ବସି ବହି ପଢିପାରିବେ। ମଣିବନ୍ନମ ନାମକ କଳାକାର ମଧ୍ୟ ଏହି କାମରେ ସହଯୋଗ କରିଛନ୍ତି।

{"id":382165,"sizeSlug":"large","linkDestination":"none"}

ସେ ଗ୍ୟାଲେରୀରେ ନୀଳଗିରି ପାହାଡରେ ରହୁଥିବା ଲୋକଙ୍କ ଫଟୋ ଲଗାଇଛନ୍ତି। ଲୋକଙ୍କୁ କଳାକାରଙ୍କ ଏହି ନିଆରା କଳାକୃତି ବହୁତ ପସନ୍ଦ ଆସିଛି। ଲୋକେ ଏହି ଆର୍ଟ ଗ୍ୟାଲେରୀତା ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.