ଶୌଚାଳୟ ପାଲଟିଛି ଷ୍ଟୋର୍ ରୁମ୍ ,ସୂଚନା ଫଳକରେ ବାହ୍ୟ ମଳମୁକ୍ତ ଘୋଷଣା

Published By : Prameya-News7 Bureau | February 20, 2020 IST

କୋରାପୁଟ ୨୦/୨: ଲମତାପୁଟ ବ୍ଳକରେ ଟଏଲେଟ୍ ଦୁର୍ନୀତି । ସରକାରୀ ଅର୍ଥରେ ତିଆରି ହେ।ଇଛି ଟଏଲେଟ୍ । କିନ୍ତୁ ନିମ୍ନମାନର ଟଏଲେଟ୍ ନିର୍ମାଣ କରି ଠିକାଦାର ଛୁ । ଏପଟେ ସେହି ଚିରାଚରିତ ଢଙ୍ଗରେ ବିଲ, ପେ।ଖରୀ ହୁଡାକୁ ଯାଉଛନ୍ତି ଲେ।କ ।

{"id":226812,"sizeSlug":"large"}

ଲମତାପୁଟରେ ଫେଲ ମାରିଛି ସ୍ବଚ୍ଛ ଭାରତ ଅଭିଯାନ । ଲମତାପୁଟ ବ୍ଳକ ଅଧୀନରେ ୧୨୮ଟି ଗାଁ ରହିଛି । ଅଧିକାଂଶ ଗାଁରେ ଲାଗିଛି ବାହ୍ୟ ମଳ ମୁକ୍ତ ବେ।ର୍ଡ । କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା । ଏବେବି ବିଲ, ପେ।ଖରୀ ହୁଡା ବୁଦା ମୂଳକୁ ଧାଉଁଛନ୍ତି ଲେ।କ । ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟଁ । ଟଏଲେଟ ଥାଇ ବି କାହିଁକି ବାହାରକୁ ଯାଉଛନ୍ତି ଲେ।କ । ତାର କାରଣ ହେଉଛି ଠିକାଦାରଙ୍କ ମନମୂଖୀ କାମ । ନିମ୍ନମାନର କାମ କରି ଠିକାଦାର ଛୁ । ଏପଟେ ଟଏଲେଟ୍ ସିନା ନିର୍ମାଣ ହେ।ଇଛି, ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ବ୍ୟବହାର ଉପଯେ।ଗୀ ହେଉନି । ତେଣୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

{"id":226813,"sizeSlug":"large"}

କେଉଁ ଗେ।ଟିଏ ବି ଗାଁରେ ଲେ।କମାନେ ଟଏଲେଟ୍ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଅଭିଯେ।ଗ ପରେ ବି ତଦନ୍ତ ଦୂରର କଥାଓଲଟି ସମସ୍ୟା ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ । ନେଇ ବିଡିଓଙ୍କୁ ପଚାରିବାରୁ ସେ କ୍ୟାମେରା ଦେଖି ମୁହଁ ଖେ।ଲିନଥିଲେ ।

{"id":226814,"sizeSlug":"large"}

ସ୍ବଚ୍ଛତାକୁ ନେଇ କେ।ଟି କେ।ଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କିଛି ଲାଭଖେ।ର ବ୍ୟକ୍ତି ସରକାରୀ ଯେ।ଜନାର ବାଟ ଓଗାଳୁଛନ୍ତି । ଫଳରେ ସରକାରୀ ଯେ।ଜନାରୁ ଲାଭ ଉଠାଇ ପାରୁନାହାନ୍ତି ସାଧାରଣ ଲେ।କ ।

{"id":226815,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.