Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

IND vs AUS ପ୍ରଥମ ଟେଷ୍ଟ : ଡେବ୍ୟୁ ମ୍ୟାଚ୍‌ରେ ଟୋଡ୍‌ ମର୍ଫିଙ୍କ ଜବରଦସ୍ତ ପ୍ରଦର୍ଶନ, ଶିକାର କଲେ ୫ ଓ୍ୱିକେଟ୍‌

11/02/2023 at 9:11 AM

ନାଗପୁର ୧୧।୦୨ : ଡେବ୍ୟୁ ମ୍ୟାଚ୍‌ରେ ଜୋରଦାର ପ୍ରଦର୍ଶନ । ବର୍ଡର-ଗାଭାସ୍କର ସିରିଜ୍‌ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଭାରତ ଠାରୁ ପଛରେ ରହିଛି । ହେଲେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଡେବ୍ୟୁ କରିଥିବା ଟୋଡ୍‌ ମର୍ଫି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ନିଜର ପଦାର୍ପଣ ମ୍ୟାଚ୍‌ରେ ୫ଟି ଓ୍ୱିକେଟ୍‌ରେ ନେବାରେ ସଫଳ ହୋଇଛନ୍ତି । ଯାହା ଏକ ଅନନ୍ୟ ରେକର୍ଡ ।

ଟୋଡ୍‌ ମର୍ଫିଙ୍କୁ ଏବେ ମାତ୍ର ୨୨ ବର୍ଷ । ସେ ଡାହାଣହାତୀ ସ୍ପିନର । ଅଷ୍ଟ୍ରେଲିଆ ଟିମ୍‌ର ଭାରତ ଗସ୍ତ ପୂର୍ବରୁ ମର୍ଫି ମାତ୍ର ୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି । ଟିମ୍‌ରେ ଚୟନ ପୂର୍ବରୁ ଅନେକ କ୍ରୀଡା ସମୀକ୍ଷାକମାନେ ସମାଲୋଚନା କରିଥିଲେ । ହେଲେ ମର୍ଫି ନିଜ ପ୍ରଦର୍ଶନ ବଦଳରେ ସମସ୍ତଙ୍କ ମୁହଁରେ ତାଲା ମାରିଦେଇଛନ୍ତି । ଟୋଡ୍‌ ମର୍ଫି ନାଗପୁର ଟେଷ୍ଟର ପ୍ରଥମ ଦିନ କେଏଲ୍‌ ରାହୁଲଙ୍କୁ ଆଉଟ୍‌ କରିଥିଲେ । ଏହାପରେ ୨ୟ ଦିନ ରବିଚନ୍ଦ୍ରନ ଅଶ୍ୱିନୀ, ଚେତେଶ୍ୱର ପୂଜାରା , ବିରାଟ କୋହଲି ଏବଂ କେସ୍‌ ଭରତଙ୍କୁ ଶିକାର କରିଥିଲେ । ପ୍ରଥମ ଇନିଂସରେ ଭାରତୀୟ ଟିମ୍‌କୁ ମୁସ୍‌କିଲ୍‌ରେ ପକାଇଦେଇଥିଲେ । ଏବେ ଭାରତୀୟ ଟିମ୍‌ ନିଜ ସ୍ଥିତି ଦୃଢ କରିଛି । ଆଉ  ଏକ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ।

ମ୍ୟାଚ୍‌ ପରେ ଟୋଡ୍‌ ମର୍ଫି କହିଛନ୍ତି ଯେ, ଏହି ଦୁଇ ଦିନ ବହୁତ୍‌ ଶାନ୍‌ଦାର ରହିଛି । ଟେଷ୍ଟ ଡେବ୍ୟୁର ସୁଯୋଗ ମିଳିଥିବାରୁ ମୁଁ ଖୁସି ଅନୁଭୁବ କରୁଛି । ପ୍ରଥମ ମ୍ୟାଚ୍‌ରେ ମୁଁ ୫ଟି ଓ୍ୱିକେଟ୍‌ ନେଇଛି । ଯାହାକି ମୋ ମନୋବଳକୁ ଆହୁରି ଦୃଢ କରିଛି । ମୁଁ ଆଶା କରିଥିବା ପ୍ରଦର୍ଶନଠୁ ଢେର୍‌ ଅଧିକା । ଜୀବନସାରା ମୁଁ ଏହି ଟେଷ୍ଟ ମ୍ୟାଚ୍‌କୁ ମନେ ରଖିବି । ଭାରତୀୟ ବ୍ୟାଟସମ୍ୟାନ୍‌ମାନେ ସ୍ପିନକୁ  ଭଲ ଭାବେ ଖେଳନ୍ତି । ତେଣୁ ତାଙ୍କ ଆଗେ ବୋଲିଂ କରିବା ଏକ ଚ୍ୟାଲେଞ୍ଜିଂ ।  

   Related Posts