oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ନଭେମ୍ବର ୧୭ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/11/2021 at 6:25 AM

ମେଷ–କର୍ମକ୍ଷେତ୍ରରେ ସଫଳତା । ବ୍ୟବସାୟ ଓ ନୂତନ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ।ପିଲାମାନଙ୍କର କଳା ପ୍ରତି ରୁଚି ବଢିବ । ନୂତନ ଯାଗାବାଡି ଲାଭ । ବହୁ ଦିନ ଧରି ପ୍ରତିକ୍ଷା କରିଥିବା କାର୍ଯ୍ୟ ପୂରଣହେବ । ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୪ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ-ନୂଆଡିଲ୍‌ ମିଳିବ ।
• କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

ବୃଷ– ଉଦଯୋଗ ସିଦ୍ଧି ଓ ବ୍ୟବସାୟଏବଂ ପିଲାଙ୍କ ପାଠପଢାରେ ଉନ୍ନତି ହେବ ।ବିବାଦରେ ବିଜୟୀ ହେବେ । ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ପାଇବେ । ଆଇନ ଅଦାଲତରେ ବିଜୟଲାଭ ହେବାର ସମ୍ଭାବନା ଅଛି । ଶୁଭରଙ୍ଗ ବାଦାମୀ । ଶୁଭ ଅଙ୍କ ୬ ।
• ଚାଷୀ-ଉତ୍ତମ ବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମିଥୁନ -ଚିନ୍ତାକରିଥିବା ଯୋଜନା ସଫଳ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆସନ ପରିବର୍ତ୍ତନ ହେବାର ଆଶା ଅଛି । ମହିଳାମାନେ ସମୟରେ କାମ କରିବେ ।ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବହୁତ ଭଲ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

କର୍କଟ–ଏକାଧିକ ଗ୍ରହ ଦ୍ୱିତୀୟ ଭାବରେ ଥିବାରୁ ଆପଣଙ୍କ କଥାବାର୍ତ୍ତାକୁ ପ୍ରଭାବିତ କରିପାରନ୍ତି । ସଭାସମିତିରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବା ପାଇଁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୪ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି-ସହଯୋଗ ମିଳିବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ସିଂହ–ଗ୍ରହମାନଙ୍କ ସୁପ୍ରଭାବରେ ଆପଣ ଯେତେବଡ କାମ ହେଲେ ମଧ୍ୟ କରିବାରେସଫଳହେବେ । ବିବାଦ, ପ୍ରତିଦ୍ୱନ୍ଦିତା, ମାଲିମୋକଦମା ଆପଣଙ୍କ ସପକ୍ଷରେ ଯାଇପାରେ । ଅର୍ଥଲାଭରୁ ମନ ଖୁସି ହୋଇଯିବ । ଶୁଭରଙ୍ଗ ବାଦାମୀ ।ଶୁଭ ଅଙ୍କ ୯ ।
• ଗୃହିଣୀ-ସୁଖ ଅନୁଭବ କରିବେ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧକାରକଚେର ବ୍ୟବହାର କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।

କନ୍ୟା – ପରିବର୍ତ୍ତନ ସମୟ ଆପଣଙ୍କ ପାଇଁ ଦୁଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହାବିଳମ୍ବରେ ପୁରାହେବ । ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ତୁଳା- କିଛି ଭଲ ଓ ମନ୍ଦର ମିଶ୍ରିତ ଫଳକୁ ନେଇ ଆଜି ଦିନଟି ଅତିବାହିତ ହେବ । ସମସ୍ୟାର ସରଳ ସମାଧାନ କରିବା ପାଇଁ ଉଦ୍ୟମ କରି ସଫଳତା ପାଇବେ । ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତ୍ତରେ ବିଗିଡି ଯିବାର ସମ୍ଭାବନା ରହିଛି । ଶୁଭରଙ୍ଗ କଫି । ଶୁଭ ଅଙ୍କ ୨ ।
• ଗୃହିଣୀ-ସୁଖୀ ହେବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଗ୍ରୀନ୍‌ ରଙ୍ଗର ଆସନରେ ବସି ପଢନ୍ତୁ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।

ବିଛା– ଆପଣ ଯେତେକି ଯାହା ଆଶା ବାନ୍ଧି ବସିଥିଲେ ଆକସ୍ମିକ ଭାବରେ ତାହା ବଦଳି ଯାଇପାରେ । ତଥାପି ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି ଖୁସି ହେବେ । ସବୁ କଥା ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡି ଯାଇପାରନ୍ତି । ଶୁଭରଙ୍ଗ ବାଦାମୀ । ଶୁଭ ଅଙ୍କ ୩ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ଧନୁ –ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ନିଜ ପରିସରରେ ଅସ୍ୱାଭାବିକ ପରିସ୍ଥିତି ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ କର୍ମକ୍ଷେତ୍ରରେ ତ୍ୱରାନ୍ୱିତ କରିବ ।ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୭ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।

ମକର–ଶନିଙ୍କ ଦୃଷ୍ଟିରେ ଆକସ୍ମିକ ଅର୍ଥ, ସମ୍ମାନ, ଲୋକସମର୍ଥନ, କଚେରି ମାମଲାରେ ଜୟଲାଭ କରିପାରନ୍ତି । ଆପଣଙ୍କର ବ୍ୟବହାର ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ । ଆଜି ନିର୍ମାଣଧୀନ କାମଟି କରିବେ ନାହିଁ । ଶୁଭରଙ୍ଗ କ୍ରୀମ । ଶୁଭ ଅଙ୍କ ୩ ।
• ଗୃହିଣୀ-ଧାର୍ମିକ ହେବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• କର୍ମଜୀବି-ସହଯୋଗ ମିଳିବ ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

କୁମ୍ଭ -ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣ ଭିତରେ ରହିବ । ବନ୍ଧୁଙ୍କ ଆପଣେଇନେବାରେ ସମର୍ଥ ହେବେ ଓ କାମ ହାସଲ କରିବେ । ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାରେ ନିଜରତ୍ୟାଗ ଓ କୌଶଳ କାମକୁ ଆସିବ । ଶୁଭରଙ୍ଗ କ୍ରୀମ ।ଶୁଭ ଅଙ୍କ ୫ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ- ଶ୍ରମସାର୍ଥକ ହେବ ।

ମୀନ – ଏକାଧିକ ଗ୍ରହ ଦ୍ୱାଦଶ ସ୍ଥାନକୁ ଦେଖୁଥିବାରୁ ଆକସ୍ମିକ ସ୍ଥାନାନ୍ତର ସାଙ୍ଗକୁ ବ୍ୟୟବୃଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇ ଦେବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୮ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।

   Related Posts