ସେପ୍ଟେମ୍ବର ୨୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 29, 2021 IST

ମେଷ – ଆଜି ସକାଳୁ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ହୋଇଯିବେ । ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ସୁଖ ଅନୁଭବ କରିବେ ।

ବୃଷ – ପରିସ୍ଥିତି ବିଶେଷ ଭଲ ନ ଥିବା ହେତୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ । ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ – ଅସୁବିଧାଜନକ ସ୍ଥିତିକୁ ସୁଧାରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । ଜଣେ ସହକର୍ମୀ ମାର୍ଗଦର୍ଶକ ସାଜିବେ, ଯାହା କି ଆପଣଙ୍କ ସକାଶେ ହିତକର ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌ କୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ- ସୁଖୀ ହେବେ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।

କର୍କଟ – ଘରର ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କଲେ କଳହ ବଢିପାରେ । ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନରେ ସମର୍ଥ ହେବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ- ସୁଖଭାରା ଦିନଟି ।

ସିଂହ – ମନରେ ସାହସ ବାନ୍ଧି କୋଣସି କାମ ଆରମ୍ଭ କଲେ ସଫଳତା ପାଇବେ । ପରିବାର ପାଇଁ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସମସ୍ତେ ସନ୍ତୁଷ୍ଟ ନ ହୋଇ ନିନ୍ଦାଗାନ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

କନ୍ୟା – ପ୍ରତ୍ୟେକ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ଟଙ୍କା ବାକି ରଖିଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯାଇପାରେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
• ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା – ଅଧିକାଂଶ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ଟଙ୍କା ବାକି ରଖିବା ଲୋକଟି ଘରକୁ ଆସି ଟଙ୍କା ଦେଇଯାଇପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବିଛା – ଅଭାବ ଦୂରେଇବା ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ଧାର୍ମିକ ହେବେ ।

ଧନୁ – ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ । ଆଶା କରିଥିବା ଦ୍ରବ୍ୟ ଲାଭ ହେବ । ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖୀ ହେବେ ।

ମକର – ଆଜି କାମ ହାସଲ ସକାଶେ ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେବା ଭଲ । ଘରୋଇ କଳହରୁ ମଧ୍ୟ ରକ୍ଷା ପାଇପାରିବ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।
• ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ସଦିଚ୍ଛା ଭାବ ରହିବ ।

କୁମ୍ଭ – ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଘାତପ୍ରତିଘାତ ମଧ୍ୟ ଦେଇ ଗତି କରିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୪ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି- ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ମୀନ – ଆଜି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ଯାତ୍ରା, ବ୍ୟବସାୟ, ମାଲିମୋକଦ୍ଦମା, ସଂଗଠନ କ୍ଷେତ୍ରରେ କିଛିଟା ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
• ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
• ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.