ଅଗଷ୍ଟ ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 28, 2021 IST

ମେଷ–ଆଜି ଜହ୍ନମାମୁଁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ । ପାରିବାରିକ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୮ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ସ୍ୱାଭିମାନୀ ହେବେ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।

ବୃଷ–ଆକସ୍ମିକ ଖର୍ଚ୍ଚ ସହ ବାରମ୍ବାର ସ୍ଥାନାନ୍ତର ଓ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ କରିବାକୁ ବାଧ୍ୟ ହୋଇପାରନ୍ତି । ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭରଙ୍ଗ ଲାଲ । ଶୁଭ ଅଙ୍କ ୨ ।
• ଚାଷୀ-ଜଳବାୟୁ ପ୍ରତିସତର୍କ ରୁହନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ – ଆଶାନୁଯାୟୀ ଅର୍ତ ପ୍ରାପ୍ତି ଅବଶ୍ୟ ଘଟିବ କିନ୍ତୁ ପିଲାମାନଙ୍କ ସକାଶେ କିମ୍ବା ଶିକ୍ଷା କ୍ଷେତ୍ର ପାଇଁ ଅଥବା ଜମିଜମା, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ମଧ୍ୟ ସୂଚନା ରହିଛି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ-ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ- ପରକୁ ଆପଣାର କରିବେ ।

କର୍କଟ–ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ୱିତ ହେବେ । ଜମିଜମା ବିବାଦ, ପଦୋନ୍ନତି, ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୬ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ସଫଳତା ମିଳିବ ।
• ଗୃହିଣୀ-ସୁଖୀ ହେବେ ।

ସିଂହ –ଆକସ୍ମିକ ଅନିତୁ ଦୂରକୁ ଯାତ୍ରା, ପଡୋଶିନୀଙ୍କ ସହ ମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ । ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାର୍ଯ୍ୟ କରିବେ । ଶୁଭରଙ୍ଗ ଲାଲ । ଶୁଭ ଅଙ୍କ ୧ ।
• ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ମିତ୍ରସୁଖ ପାଇବେ ।

କନ୍ୟା –ଆତ୍ମୀୟମାନଙ୍କ ସହ ମନାନ୍ତର କିମ୍ବା କଳହ ବ୍ୟତୀତ ଅନ୍ୟ ପ୍ରତ୍ୟେକ ଦିଗରୁ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ । ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତିବଢାଇ ଥାଏ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା–ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କଜନିତ ବ୍ୟସ୍ତତା ବୃଦ୍ଧି ପାଇବ । କିନ୍ତୁ ମଙ୍ଗଳଙ୍କସୁପ୍ରଭାବରୁ ଆର୍ଥିକ ଉନ୍ନତି ହେବ ।ସଭାସମିତି କ୍ଷେତ୍ର ଉତ୍ତମ ରହିବ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତହେବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ବ୍ୟବସାୟୀ- ପ୍ରଚୁରଲାଭ ହେବ ।
• ଗୃହିଣୀ-ଧାର୍ମିକ ହେବେ ।

ବିଛା–ସ୍ୱାସ୍ଥ୍ୟ ସମସ୍ୟା ସ୍ଥିର ରହିବ । ଈର୍ଷା କରୁଥିବା ଲୋକମାନଙ୍କର ପରୋକ୍ଷ ଚୁପ୍‌ଚାପ୍‌ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ । ରାହୁଙ୍କ ଦୋଷରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୬ ।
• ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

ଧନୁ –କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୯ ।
• ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର– ଆଜିଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସି ହୋଇଯିବ । ଅନ୍ୟ ଦ୍ୱାରା ଧନ ହାନିର ସୂଚନା ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

କୁମ୍ଭ -ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ନିଜର କିଛି ମତମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଭ୍ରମଣ, ବନ୍ଧୁମିଳନରୁ ମନ ଖୁସିରହିବ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ମୀନ – ଅଭାବ ନ ଥିଲେ କ’ଣ ହେଲା ହାତଖାଲି ରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣି ପାରିବେ ନାହିଁ । ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧ ।
• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.