୨୫ ସେପ୍ଟେମ୍ବର, ମଙ୍ଗଳବାର

Published By : Prameya-News7 Bureau | September 25, 2018 IST

ମେଷ – ଲାଗି ରହିଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବାକ୍ ପଟୁତାରେ ପ୍ରତିଷ୍ଠା ଲାଭ କରିବେ । ବୃଷ – କାର୍ଯ୍ୟର ସଫଳ ରୂପାୟନ କରି ଅର୍ଥ ପ୍ରାପ୍ତ ହେବେ । ଉଚ୍ଚ ଆଶା ଫଳବତୀ ହେବ । ବ୍ୟବସାୟରେ ଅଧିକ ଲାଭବାନ୍ ହୋଇପାରନ୍ତି । ମିଥୁନ - ବ୍ୟକ୍ତିଗତ ସମସ୍ୟାରେ ବ୍ୟସ୍ତ ରହିପାରନ୍ତି । ସମ୍ମାନିତ ହେବେ । ମନ ସ୍କାମନାପୂର୍ଣ୍ଣ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କର୍କଟ- ଦିନଟି ସମସ୍ୟା ବହୁଳ ହେଲେ ବି ସନ୍ଧ୍ୟା ପରେ ସମସ୍ତ ଜଟିଳ ସମସ୍ୟାର ସମାଧାନ ହେବ । କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପଡିବ । ସିଂହ – କାର୍ଯ୍ୟରେ ସଫଳତା ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ । ବିଳାସ ବ୍ୟସନ କରିପାରନ୍ତି । ଉଚ୍ଚ କତ୍ତୃପକ୍ଷଙ୍କ ସହାୟତା ପାଇବେ । କନ୍ୟା – ଧାର୍ମିକ ଚେତନାର ବଶବର୍ତ୍ତୀ ହୋଇପାରନ୍ତି । ବିଭିନ୍ନ ସ୍ତରରେ ପ୍ରଶଂସାର ପାତ୍ର ହେବେ । ଆଶା ପୂର୍ଣ୍ଣ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ତୁଳା – ମନ ପ୍ରସନ୍ନ ରହିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବ୍ୟବହାର କୁଶଳତା ଯୋଗୁଁ ସାମାଜିକ ସ୍ତରରେ ଆଦର ଲାଭ କରିବେ । ବିଛା – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଧୈର୍ଯ୍ୟହରା ନ ହୋଇ ଉପୁଜି ଥିବା ସମସ୍ୟାର ମୁକାବିଲା କରିବେ । ବିଖ୍ୟାତ କର୍ମ କରି ଆତ୍ମ ତୃପ୍ତି ପାଇବେ । ଧନୁ – ଆର୍ଥିକ ସମସ୍ୟାର ପରିସମାପ୍ତି ଘଟାଇ ପାରନ୍ତି । ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାରୀ ହେବେ । ମକର – ପରର ଉପକାର କରିବାକୁ ଯାଇ ନିଜେ କ୍ଷତି ଗ୍ରସ୍ତ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ମାବନା ଅଛି । ଶାନ୍ତି,ସନ୍ତୋଷ ଲାଭ କରିବେ । କୁମ୍ଭ - ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ଦୃଢ ମନୋବଳରେ ଚେଷ୍ଟା ବଳାଇ ସଫଳତା ଲାଭ କରିବେ । ଅତିଥି,ଗୁରୁ ଓ ଦେବପୂଜା ନିରତ ହେବେ । ମୀନ - ଧୈର୍ଯ୍ୟବାନ ହୋଇପାରନ୍ତି । ଶାରିରୀକ ପୀଡା ଅନୁଭବ କରିପାରନ୍ତି । କାହାରି ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.