୧୯ ଡିସେମ୍ବର, ବୁଧବାର

Published By : Prameya-News7 Bureau | December 19, 2018 IST

ମେଷ – ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ମାନସିକ ବିଷାଦ ସୃଷ୍ଟି ହେବ । କାର୍ଯ୍ୟକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ଲାଭ ହେବ ।


ବୃଷ – କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ । ସୌଖୀନ ଦ୍ରବ୍ୟ କିଣାକିଣି କରିପାରନ୍ତି । ସାବଧାନତା ଅବଲମ୍ବନ କରିବେ ।


ମିଥୁନ - କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ । ସ୍ୱଜନଶୀଳ ପ୍ରତିଭାର ବିକାଶ ଘଟିବ । ଆୟ ବୃଦ୍ଧି ଘଟିବ । ଆୟ ଅପେକ୍ଷା ବ୍ୟୟ ଅଧିକା ରହିବ ।


କର୍କଟ- ଆର୍ଥିକ ଅନଟନ ଦୂରୀଭୂତ ହେବା ସହ ପ୍ରଗତିଶୀଳ ହେବେ । ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ ।ସୁସମ୍ବାଦ ପ୍ରାପ୍ତ ହେବ ।


ସିଂହ – ଶାରିରୀକ ଅସୁସ୍ଥତା ଦେଖା ଦେବ । କର୍ମପଥରେ ଅଗ୍ରସର ହେବେ । ଚାକିରିରେ ପଦୋନ୍ନତି ସମ୍ଭାବନା ରହିଛି । ଶତ୍ରୁକୁ ପରାସ୍ତ କରିବେ ।


କନ୍ୟା – ରୋମାଣ୍ଟିକ ଚିନ୍ତାଧାରାଯୁକ୍ତ ହେବେ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେବ ।


ତୁଳା – କର୍ମକ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତି । ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ଲାଭ ହେବ । ରିଷ୍ଟ ଖଣ୍ଡନ ପାଇଁ ଓ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋଶିବ ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ ।


ବିଛା – ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ । ପରମ୍ପରାବାଦୀ ହେବେ । ବ୍ୟବସାୟ ଆରମ୍ଭ କରି ପାରିବେ । ସୌଖୀନ ଦ୍ରବ୍ୟ କିଣାକିଣି କରିପାରନ୍ତି ।


ଧନୁ – ସମାଧନତା ଅବଲମ୍ବନ କରନ୍ତୁ । ମାନସିକ ଅବସାଦର ସମ୍ମୁଖୀନ ହେବେ । ସନ୍ତାନ ଲାଭ କରିପାରନ୍ତି । ପାରିବାରିକ ଶାନ୍ତି ଲାଭ କରିବେ ।


ମକର – ବନ୍ଧୁଙ୍କ ସହ ଯୋଗରେ କାର୍ଯ୍ୟରେ ସଫଳତା ଲାଭ କରିବେ । ମାଲିମୋକଦ୍ଦମାରେ ବିଜୟୀ ଅନୁଭୂତ ହୋଇପାରେ । ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି ।


କୁମ୍ଭ - ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଅଯଥା ଖର୍ଚ୍ଚାନ୍ତ ହେବେ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ଲାଭ କରିବେ । ଋଣ ମୁକ୍ତ ହୋଇପାରନ୍ତି ।


ମୀନ - ନୂତନ ନିଯୁକ୍ତି ମିଳିପାରେ । ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବେ । ବିବାଦ ମଧ୍ୟରେ ଛନ୍ଦି ହୋଇପାରନ୍ତି । ଜମିବାଡି ଗଣ୍ଡଗୋଳ ଦେଖା ଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.