୨୨ ସେପ୍ଟେମ୍ବର,ଶନିବାର
22/09/2018 at 7:41 AM

ମେଶ – ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ନିଷ୍ଠା ବୃଦ୍ଧି ହେବ । ଅକ୍ଳେଶରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅଶ୍ୱିନୀ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ ।
ବୃଷ – ରୋହିଣୀ ନକ୍ଷତ୍ର ଜାତବୃକ୍ତି ଯାହା ଇଚ୍ଛା କରିବେ ତାହା ପ୍ରାପ୍ତ ହୋଇପାରିବ । ତଥାପି ମନରେ ଆଶଙ୍କା ଜାତ ହୋଇପାରେ । ସାମାନ୍ୟ ଶୁଭଫଳ ପାଇବେ ।
ମିଥୁନ – ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଚାହୁଁ ଥିବା ସାହାର୍ଯ୍ୟ ପାଇବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଲାଭବାନ ହେବେ ।
କର୍କଟ- ପୁଷ୍ୟା ଓ ଅଖ୍ୱେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟ ରେଦୃଢ ଉନ୍ନତି ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ସଫଳତା ହାସଲ କିରିବେ ।
ସିଂହ – ପୂର୍ବା ଫାଲଗୁନ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ପୁନର୍ବସୁ ନକ୍ଷତ୍ର ଖର୍ଚ୍ଚାନ୍ତ ହେବେ ।
କନ୍ୟା – ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ପ୍ରଭାବଶାଳୀ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କୀର୍ତ୍ତିମାନ ହୋଇପାରନ୍ତି । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ତୁଳା – ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ପରୋପକାରୀ ହେବେ । ଭାଗ୍ୟର ପରିବର୍ତ୍ତନ ଘଟିବ । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ବିତାଇ ପାରନ୍ତି । ସୁଖସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ ।
ବିଛା – ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଯଗ୍ମ ବ୍ୟବସାୟରେ ଲାଭବାନ ହେବେ । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ଶାରିରୀକ ପୀଡା ଅନୁଭବ କରିପାରନ୍ତି ।
ଧନୁ – ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଦେଶ ବାହାରକୁ ଦେଶ ବାହାରକୁ ଯାତ୍ରା କରି ଅଧିକ ରୋଜଗାରକ୍ଷମ ହେବେ । ଶରୀର ସୁସ୍ଥ ରହିବ । ମନୋବଳ ଦୃଢ଼ ରହିବ ।
ମକର – ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଧୈର୍ଯ୍ୟବାନ ହେବେ । ଚଞ୍ଚଳ ପ୍ରକୁତିର ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଧନିଷ୍ଠା ଓ ଉତ୍ତରାଷାଢ଼ାର ଚକ୍ଷୁ ଯନ୍ତ୍ରଣା ।
କୁମ୍ଭ – ଶତଭିକ୍ଷା ନକ୍ଷତ୍ରଜାତ ବ୍ୟକ୍ତି ଧୈର୍ଯ୍ୟବାନ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଅପ୍ରିୟ ସତ୍ୟ କହିବେ ।
ମୀନ – ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ଦେଣ,ନେଣ କାର୍ଯ୍ୟରେ ସଫଳତା ମିଳିପାରେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିପାରେ ।