ନଭେମ୍ବର ୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 07, 2020 IST

ମେଷ – ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ବୃଷ – ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆନନ୍ଦରେ ଅଧୀର ହେବେ । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମିଥୁନ – ଅଧ୍ୟୟନରତ ଓ ଶୁଭ ଖବର ପାଇ ଖୁସି ହେବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।  ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୁଃସାହସିକ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ବାଦବିବାଦରେ ବିଜୟୀ ହେବେ । କୃଷି କର୍ମକାରୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ସିଂହ – ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ମଗ୍ନ ହୋଇପାରନ୍ତି । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା – ବିଭାଗୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବ । ପାରିବାରିକ ସୁଖ ମିଳିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ରୋଜଗାରର ମାତ୍ରା ବୃଦ୍ଧି ଏବଂ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।  ନୂଆବନ୍ଧୁ ଜୁଟି ପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ୨ ।

ବିଛା – କାର୍ଯ୍ୟ ବ୍ୟସ୍ତ ରହିବେ । ଉଚ୍ଚ ଆଶା ଫଳବତୀ ହେବ । ମର୍ଯ୍ୟାଦା ରକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ସବୁଠୁ ଭଲ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।

ଧନୁ – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସବୁ ବାଧା-ବିଘ୍ନକୁ ଏଡାଇ ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମକର – ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଉତ୍ ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶ୍ରମ ସାର୍ଥକ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ  – ଆଲୋଚନା ସୌଜନ୍ୟପୂର୍ଣ୍ଣ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତାର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୨ ।

ମୀନ – ଦୃଢ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଯଶସ୍ବୀ ହୋଇପାରନ୍ତି । ବିଜୟୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.