ସେପ୍ଟେମ୍ବର ୨୭ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 27, 2020 IST

ମେଷ- ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ । କୌଣସି ବନ୍ଧୁ ସ୍ୱତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
ଚାଷୀ- ଗୋବର ଖତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

ବୃଷ – ମାନସିକ ଅସ୍ଥିରତାକୁ ବୃଦ୍ଧି କରିବାରେ ନିଜର ବନ୍ଧୁମାନଙ୍କ ପରୋକ୍ଷ କାର୍ଯ୍ୟାବଳୀ ଅନନ୍ୟ କାରଣ ହୋଇପାରେ । କୃତ୍ତିକା ନକ୍ଷତ୍ର ସକାଶେ ସନ୍ତାନମାନଙ୍କ ସମସ୍ୟା ମନକୁ ଆନ୍ଦୋଳିତ କରିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ – ଆଜି ହଠାତ୍ କିଛିି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି । ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଧାର୍ମିକ ହେବେ ।

କର୍କଟ – କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ । ନିଜର ପରିସ୍ଥିତି ଯୋଗୁ ଯୋଜନା ଗୁଡିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ସିଂହ – ଯେତେ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ତାହା ସନ୍ତୁଷ୍ଟ କରିପାରିବ ନାହିଁ । ବନ୍ଧୁଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।

କନ୍ୟା – ଆଜି ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ହସ୍ତା ନକ୍ଷତ୍ର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆସା ଅନୁରୁପ ଫଳ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା – ଚନ୍ଦ୍ର ସହ ବୁଧଙ୍କ ସଂଯୋଗଜନିତ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ଚୌର ଭୟ ଅଛି ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ବିଛା – ଆଜି ଅନୁରାଧା ନକ୍ଷତ୍ର ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ଟେନସନ୍ ବଢିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ଧନୁ – ଗୁରୁଚନ୍ଦ୍ର ଯୋଗ ପ୍ରଭାବରୁ ନୂଆଁ ନୂଆଁ ଚିନ୍ତା ଓ ଯୋଜନା ମନରେ ଉଙ୍କିମାରିବ । କୌଶଳ ପ୍ରୟୋଗ କରି, ବନ୍ଧୁମାନଙ୍କୁ ମନାଇ, ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ମକର – ଆଜିର ପରିସ୍ଥିତି ପ୍ରଭାବରେ କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ପ୍ରିୟଜନଙ୍କ ଅନୁପସ୍ଥିତି ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିବ । ଈର୍ଷା ପରାୟଣ ମନୋଭାବ ନେଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।


କୁମ୍ଭ – ଆଜି ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢିଯାଇ ପାରେ । ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମୀନ – ବନ୍ଧୁ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସୀ ହୋଇଯିବ । ନିଜର ଲୋକମାନଙ୍କ ଚାଲି ଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରି ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ଧାର୍ମିକ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.