suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସେପ୍ଟେମ୍ବର ୨୬ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

26/09/2020 at 7:26 AM

ମେଷ – ମଙ୍ଗଳ ଓ ଶନି ନିଜ ନିଜ ଗୃହରେ ରହିଥିବାରୁ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ଅଟକି ରହିଯାଇଥିବା ଅଫିସ୍‌ର କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବୃଷ – ନୀଚସ୍ଥ ଚନ୍ଦ୍ର ପ୍ରଭାବରୁ ପରିବାରର ବାରଣ ନ ମାନି ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହେବେ । ଟେନ୍‌-ସନ୍ କିଛି ମାତ୍ରାରେ ଲାଗି ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖଭାରା ଦିନଟି ।

ମିଥୁନ – କେନ୍ଦ୍ରସ୍ଥ ବୁଧ ହେତୁ ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବାକୁ ପଡିପାରେ । ଘର କିମ୍ବା ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ମଙ୍ଗଳ ଦୃଷ୍ଟି ଚନ୍ଦ୍ର ଜନିତ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଦୃଢ ମନୋବଳ ନେଇ ଆଗକୁ ମାଡି ଚାଲିବେ । କିନ୍ତୁ ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ଖଳଲୋକମାନେ ପଛରେ ବହୁତ ସମାଲୋଚନା କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ସିଂହ – କର୍ମକ୍ଷେତ୍ରରେ ବିଶୃଙ୍ଖଳାଜନିତ ଯୋଗୁ କାମଟି ବିଗିଡି ଯାଇପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହା କି ମନରେ ଦୁଶ୍ଚିନ୍ତା ସୃଷ୍ଟି କରିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କନ୍ୟା – ଅଷ୍ଟମାଧିପତି ଧନାଧିପତିକୁ ଅବଲୋକନ କରୁଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହେବେ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମଗୁଡିକ ଠିକ୍ ଭାବେ ସମ୍ପନ୍ନ ହେବା କହ୍‌ଟକର ହୋଇପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା – ଶୁକ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଆନୁଷ୍ଠଙ୍ଗିକ ସାହାର୍ଯ୍ୟ ସହ-ଯୋଗ ପାଇ କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୮ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ସ୍ୱାଭିମାନୀ ହେବେ ।

ବିଛା – ଦେବଗୁରୁଙ୍କ ପ୍ରଭାବରେ ଆପଣଙ୍କ ଆକର୍ଷଣୀୟ ବାକ୍ ବିଳାସ ସାମାଜିକ ପ୍ରତିଷ୍ଠାର ମାଧ୍ୟମ ପାଲଟି ଯିବ । କିନ୍ତୁ ଚନ୍ଦ୍ରଙ୍କ ଦୁର୍ବଳତା ଅପୁରଣୀୟ ଅଭିଳାଷଜନିତ ମାନସିକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୬ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ – ଶନିଦୃଷ୍ଟି ଚତୁର୍ଥ ଭାବ ପରିବାର, ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି । ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଭାବପ୍ରବଣତା ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।୰
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର – ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ବାହାରକୁ ଯିବ ନାହିଁ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କୁମ୍ଭ – ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବ । ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖ ଅନୁଭବ କରିବେ ।

ମୀନ – ପାପଗ୍ରହଯୁକ୍ତ ଚନ୍ଦ୍ର ଜନିତ ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।। ପରିବାରର ଖର୍ଚ୍ଚ ଭାର କ୍ରମଶଃ ବଢି ବଢି ଯିବା କାରଣରୁ ମନରେ ସରସତା ରହି ନ ପାରେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

   Related Posts