vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ସେପ୍ଟେମ୍ବର ୦୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

7/09/2020 at 7:19 AM

ମେଷ – ଆଜି ବନ୍ଧୁମାନଙ୍କ ସହ ନୂତନ ପ୍ରକଳ୍ପ ସକାଶେ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିନ୍ଦ୍ୱିତାର ସାମନା କରିବା ଆଦି ବିଷୟରେ ଯୋଜନା କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ବୃଷ – ଆକସ୍ମିକ ପରିବାରର ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ୱର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମିଥୁନ – ଆପଣ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ । କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ନିଆଁ ପ୍ରତି ସାବଧାନ ରହିବା ଉଚିତ୍ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟା ଗୁଡିକ ତ୍ରୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ସିଂହ – ଆପଣଙ୍କ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କନ୍ୟା – ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣ ଆଦୌ ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ । ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ତୁଳା – ଗତକାଲି ଠାରୁ ମନରେ ଭାବୁଥିବା କଥାଟି ଆଜି ହିଁ ବାସ୍ତବରେ ପରିଣତ ହେବ । ଖଳ ଲୋକମାନଙ୍କ ଦ୍ୱାରା ପ୍ରଚାରିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ବିଛା – ଅବସାଦଗ୍ରସ୍ତ ମନରେ ବନ୍ଧୁଙ୍କ ପ୍ରେରଣାରେ ।ଦ୍ ବୁଦ୍ଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସମର୍ଥ ହେବେ । ଆଜିର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ଧନୁ – ଆଜି ଆପଣଙ୍କୁ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି । କିନ୍ତୁ ସ୍ୱକୀୟ ଉଦ୍ୟମ ଓ ଆପୋସ ଆଲୋଚନା ସାଙ୍ଗକୁ ପାରସ୍ପରିକ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

ମକର – ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ । ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମ କଲେ ସମାଧାନ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

କୁମ୍ଭ – କର୍ମକ୍ଷେତ୍ରରେ ଟିକିଏ ଜୋର୍ ଦେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମୀନ – ମନରେ ଶାନ୍ତି ନ ଥିଲେ କାମଗୁଡିକ ସାଧନ କରିବା କ୍ଷେତ୍ରରେ କୌଣସି ଅସୁବିଦା ରହିବ ନାହିଁ । ସାଦାରଣ କଥାକୁ କେନ୍ଦ୍ର କରି ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

   Related Posts