ସେପ୍ଟେମ୍ବର ୦୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 01, 2020 IST

ମେଷ – ଆଜିର ଗ୍ରହ-ଯ୍ଧେଜ୍ଞ ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସେସ, ସୁନ୍ଦର କରି ରହିବ । ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – କୌଣସି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମିଥୁନ – ଆଜିର ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କର୍କଟ – ଯେଉଁ କାମରେ ହାତ ଦେବାକୁ ଯାଉଛନ୍ତି ସେଥିପାଇଁ କଠିନ ପିରିଶ୍ରମ କରିବାକୁ ପଡିପାରେ । କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ସହକର୍ମୀଙ୍କ ସହ ଆଲୋଚନା କ୍ରମେ ସଜାଡି ନେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ସିଂହ – ଅନ୍ୟାନ୍ୟ କେତେକ ସମସ୍ୟାରେ ଚିନ୍ତିତ ଥିବା କାରଣରୁ ସୁବିଧା ସୁଯୋଗ ପାଇଲେ ମଧ୍ୟ କାମ ହାସଲ କରି ପାରିବେ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କନ୍ୟା – ପରିସ୍ଥିତି ଗୁରୁତ୍ୱକୁ ହୃଦୟଙ୍ଗମକରି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍‌କୁ ଆପଣେଇ ନେଇପାରନ୍ତି । ମାଲିମୋକଦ୍ଦମାରେ ସ୍ୱପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ତୁଳା – ନିଜ ଲୋକମାନଙ୍କ ବିରୋଧରେ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ବିଛା – ସାମୂହିକ କାର୍ଯକ୍ରମ ମଧ୍ୟରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । କୋଣସି ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ତ୍ୱରାନ୍ୱିତ ହୋଇପାରିବ । ପରିବାରରେ ମତାନ୍ତର ଜନିତ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମକର – ସମସ୍ୟା ଜାଲରେ ଛନ୍ଦି ହୋଇ କର୍ମକ୍ଷେତ୍ରରେ କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ଈର୍ଷା ପରାୟଣ ନିଜ ଲୋକମାନେ ଶତ୍ରୁତା ଆଚରଣ କରି କାମକୁ ଭଣ୍ଡୁର କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

କୁମ୍ଭ – ଆନୁଷ୍ଠାନିକ ସାହାର୍ଯ୍ୟ ସହ-ଯୋଗ ଲାଭ କରି ନୂତନ ଯୋଜନାରମ୍ଭ କରିପାରନ୍ତି । କଚେରି ମାମଲାର ଶୁଣାଣିରେ ବିଳମ୍ବ ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମୀନ – କର୍ମକ୍ଷେତ୍ରରେ ସନ୍ଦେହ ଓ ବୁଲ୍ ବୁଝାମଣା ଜନିତ ସମସୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ପରିବାରରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.