vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅଗଷ୍ଟ ୨୫ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

25/08/2020 at 7:02 AM

ମେଷ – ମଘା ନକ୍ଷତ୍ରସ୍ଥ ରବିଙ୍କ ଯୋଗୁ ସକାଳୁ ସକାଳୁ କୌଣସି ଖବର ପାଇ ବିସ୍ମୟାଭିଭୂତ ହୋଇପାରନ୍ତି । ପ୍ରତ୍ୟେକ ଦିଗରୁ ବିଭିନ୍ନ ପ୍ରକାରର ନାସ୍ତିସୂଚକ କଥା ଶୁଣି ମାନସିକ ସ୍ଥିତି ଭଲ ରହିବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ବୃଷ – ଚନ୍ଦ୍ରଙ୍କ ପ୍ରଭାବରେ ପଡୋଶୀଙ୍କ ପରାମର୍ଶାନୁସାରେ କାମ କରି ଉପକୃତ ହେବେ । ଆଜିର ବନ୍ଧୁମିଳନରେ ଆପଣଙ୍କୁ ଅର୍ଥ ଓ ସମ୍ମାନ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମିଥୁନ – ରବି ଓ ବୁଧ ଉଭୟେ ମଘା ନକ୍ଷତ୍ରରେ ରହିଥିବାରୁ ନିଜର ଦୂରଭିସନ୍ଧି ପୂରଣ କରିବା ସକାଶେ ମିତ୍ରମାନେ ଆପଣଙ୍କର ପ୍ରଶଂସାଗାନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ପାପଯୁକ୍ତ ଶୁକ୍ର ଓ କେତୁ ନକ୍ଷତ୍ରସ୍ଥ ବୁଧଙ୍କ ଯୋଗୁଁ ଆପଣ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍ ହେବନି । କର୍ମକ୍ଷେତ୍ରରେ ଅତୀତ ଘଟଣାର ସମୀକ୍ଷା କରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ଆପଣ ସ୍ୱାଭିମାନୀ ଓ ସହଜରେ ମୁଣ୍ଡନୁଆଁଇବା ବ୍ୟକ୍ତି ନ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ । ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କନ୍ୟା – ଚନ୍ଦ୍ରଙ୍କ ସୁପ୍ରଭାବରୁ ଆପଣଙ୍କ ତ୍ୟାଗ ଓ ପରୋପକାର ପ୍ରବୃତ୍ତି ଆଧାରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । କିନ୍ତୁ କର୍ମକ୍ଷେତ୍ରରେ ଭଲ କଲେ ମଧ୍ୟ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ତୁଳା – କର୍ମାଧିପ ଦ୍ୱଦଶସ୍ଥ ଓ ଶତ୍ରୁକ୍ଷେତ୍ରସ୍ଥ ହେତୁ ସମସ୍ୟା ମଧ୍ୟରେ କାର୍ଯ୍ୟ ହାସଲ କରିବେ । ରାଜନୈତିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ବିଛା – ସପ୍ତମାଧିପତି ଅଷ୍ଟମସ୍ଥ ହେତୁ ଯାତ୍ରାରେ ବିଘ୍ନ, ପରିବାରରେ ଅଶାନ୍ତି, ବ୍ୟବସାୟରେ କ୍ଷତି ଯୋଗୁଁ ମନସ୍ତାପ କରିବେ । ସମସ୍ୟାର ସମାଧାନରେ ଚିନ୍ତା କରି ମନ ବିଭ୍ରାନ୍ତ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ଧନୁ – ଭାଗ୍ୟସ୍ଥାନରେ ରବି ଓ ବୁଧଙ୍କ ସ୍ଥିତି ଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ବେଶ୍ ପ୍ରୀତିପ୍ରଦ ରହିବ । ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅସୁସ୍ଥତା କାରଣରୁ କୌଣସି କାମ ସକାଶେ ଉତ୍ସାଜିତ ହୋଇପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମକର – ତିନୋଟିଗ୍ରହ ସ୍ୱଗୃହୀ ହେତୁ ଅନ୍ୟମାନଙ୍କ ସଠିକ୍ ପରାମର୍ଶ ଦେଇ ପ୍ରଶଂସିତ ହେବେ । ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ଥିତି ତାହାର ଓଲଟା ରହିବ । ଫଳତଃ ଆପଣଙ୍କର ଭୁଲ୍ ନିଷ୍ପତ୍ତି ପ୍ରତ୍ୟେକ କ୍ଷେତ୍ରରେ ଭଲ ବଦଳରେ ସମସ୍ୟାର କାରଣ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମୀନ – କେତୁଯୁକ୍ତ ବକ୍ରୀ ବୃହସ୍ପତିଙ୍କ କାରଣରୁ କର୍ମକ୍ଷେତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡକୁ ଗତି କରିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

   Related Posts