ଅଗଷ୍ଟ ୨୨ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 22, 2020 IST

ମେଷ – ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତ କରିବେ । ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରାମର୍ଶଦାତା ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ବୃଷ – କାର୍ଯ୍ୟକ୍ଷେତ୍ର ଉତ୍ସାହ ଜନକ ହେବ । ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମିଥୁନ – ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କର୍କଟ – ସୁଖୀ ଓ ସମ୍ମାନିତ ହେବେ । କୌଣସି କାରଣରୁ ମନ ବିଷାଦିତ ହୋଇପାରେ । ପ୍ରତିହିଂସା ମାର୍ଗରେ ମନ ବଳିପାରେ । ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ସିଂହ – ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଆୟ ହେବ । କୌଣସି କାରଣରୁ ମନ ବିଷାଦିତ ହୋଇପାରେ । ପ୍ରତିହିଂସା ମାର୍ଗରେ ମନ ବଳିପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

କନ୍ୟା – ହାତଛଡା କାର୍ଯ୍ୟଟି ପୁଣି କରାୟତ କରିପାରନ୍ତି । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ତୁଳା – ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ସମାଚାର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀତ ହେବେ । ସତ୍‌- କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବିଛା – ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ସୁସମ୍ବାଦ ପାଇ ଉତ୍ ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ଧନୁ – ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍ ବ୍ୟବହାର କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ମକର – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଠିକ୍ ମାର୍ଗରେ ପରିଚାଳନା କରିବେ । ଅର୍ଥାଭାବ ଦେଖା ଦେଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୨ ।

କୁମ୍ଭ – ସଠିକ୍ ମାର୍ଗରେ ପରିଚାଳିତ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମୀନ – ବଳବାନ୍ ଶତ୍ରୁକୁ ଅତି ସହଜରେ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.