୨୩ ନଭେମ୍ବର, ଶୁକ୍ରବାର

Published By : Prameya-News7 Bureau | November 23, 2018 IST

ମେଷ – କାର୍ଯ୍ୟକ୍ଷେତ୍ର ଶୃଙ୍ଖଳିତ ହେବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସୌଖିନ ପଦାର୍ଥ ଉପରେ ରୁଚି ରହିବ । ସର୍ବ ସୁଖ ମିଳିବ । ବୃଷ – ସେବା-ପୂଜାରେ ନିୟୋଜିତ ହେବେ । ଦ୍ରବ୍ୟ ଲାଭର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଆପଣଙ୍କୁ ସଫଳତା ଦେବ । ମିଥୁନ - ପୂର୍ବରୁ କରି ଆସୁଥିବା କାର୍ଯ୍ୟରେ ସଫଳତା ମିଳିବ । ପଡୋଶୀଙ୍କ ସହିତ ଉତ୍ତମ ଭାବ ସହ ଚଳିବେ । ମହାଧନ ପ୍ରାପ୍ତ ହୋଇପାରନ୍ତି । କର୍କଟ- ଭ୍ରାତୃ ବିବାଦ ଉପୁଜିବାର ସମ୍ଭାବନା ଅଛି । ମନସ୍ତାପ କରିପାରନ୍ତି । ଯେତେ ସାହାର୍ଯ୍ୟ ପାଇ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବା କଷ୍ଟ ସାଧ୍ୟ । ସିଂହ – କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ପାଇଁ ଉଦ୍ୟମ ଚାଲୁ ରଖିବେ । ଆଦର ସମ୍ମାନ ମିଳିବ । ବସ୍ତୁ ଆଭୂଷଣ ଲାଭ ହୋଇପାରେ । ଠାକୁରଙ୍କ କାର୍ଯ୍ୟରେ ମନ ବଳାଇ ପାରନ୍ତି । କନ୍ୟା – ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଆତ୍ମ ବଡିମା ଦେଖାଇବା ଅନୁଚିତ ମନେ କରିବେ । ବୁଦ୍ଧି ପ୍ରୟୋଗ କରି ଲୋକପ୍ରିୟତା ଅର୍ଜନ କରିବେ । ତୁଳା – ପଠନ,ଲିଖନ ଉପରେ ଗୁରୁତ୍ୱ ଦେଇପାରନ୍ତି । ପାରିବାରିକ ସୁଖ,ଶାନ୍ତି ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ପୂଜାର୍ଚ୍ଚନାରେ ମନ ଦେବେ । ବିଛା – ରଣାଙ୍ଗନରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ । ନିଜର ଧର୍ମ ଓ କର୍ମର ଅଭ୍ୟୁଦୟ ଘଟାଇ ପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପ୍ଧବ ଉତ୍ଫୁଲ୍ଲିତ ହେବେ । ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ପାଇବେ । ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ମକର – ତରବର ନ ହୋଇ ଧୀରେ, ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ । ଉଚ୍ଚ ସମ୍ମାନ ମିଳିବ । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । କୁମ୍ଭ - କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଆଗ୍ରହୀ ହେବେ । ଧନାଗମର ସୂଚନା ମିଳୁଛି । ଅସୁସ୍ଥତାର ଉପଶମ ହେବ । ମୀନ - ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଘାତ ଚନ୍ଦ୍ର ଯୋଗୁଁ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କତା ସହ ଚଳିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.