ଅଗଷ୍ଟ ୧୦ ତାରିଖ, ସୋମବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 10, 2020 IST

ମେଷ - ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ । ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଯୋଗ ଦେବେ ।

ବୃଷ – ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଆପଣଙ୍କର ବଡ ସ୍ୱପ୍ନ ପୂରା ହୋଇଯିବ । ଅଫିସରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇ ପାରନ୍ତି ।

ମିଥୁନ - ଆପଣଙ୍କର ଊର୍ଜାର ସ୍ତର ଭଲ ରହିବ । ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ । ଗୃହର ବାତାବରଣ ଠିକ୍ ରହିବ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ ।

କର୍କଟ – ଭିନ୍ନ ଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ । ଜୀବନସାଥୀଙ୍କ ସହ ଯୋଗରେ ଆପଣଙ୍କର ଅଶାନ୍ତି କମ୍ ହେବ । ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରିବେ ।

ସିଂହ – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ପିତାଙ୍କ ଆର୍ଶୀବାଦ ଆପଣଙ୍କ ସାଥିରେ ରହିବ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଖୋଲିବ ।

କନ୍ୟା – ନିଜ ଉପରେ ବିଶ୍ୱାସ ରଖନ୍ତୁ । ସକାରାତ୍ମକ ଭାବନା ଘେନି କାମ କରନ୍ତୁ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ । କର୍ମ କ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ ।

ତୁଳା – ପ୍ରତିଟି କାମରେ ମନ ଲାଗିବ । ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ । ବ୍ୟବସାୟରେ ବାହାରକୁ ଯିବାକୁ ପଡିପାରେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ ।

ବିଛା – କାମ ପ୍ରତି ନିଜର ଭାବନା ସକାରାତ୍ମକ ରଖନ୍ତୁ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ । ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ ।

ଧନୁ – ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜଳ ହେବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।

ମକର – ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ । ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ମାଲି ମୋକଦ୍ଦମା ରେ ବିଜୟୀ ହେବେ ।

କୁମ୍ଭ - ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ଆପଣ ଯାହାକୁ କିଛି କହିବେ ସେ ମନା କରିପାରିବେ ନାହିଁ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

ମୀନ - ଆଜି ଭଲ ଫଳାଫଳ ମିଳିବା ଯୋଗ ରହିଛି । ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଦ୍ୱାରା ଭବିଷ୍ୟତ ରେ ସେ ସହାୟତା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.